Categories: ଜାତୀୟ

ଜି-୨୦ର ପ୍ରଥମ ବୈଠକ: କଣ ରହିଛି ଆଲୋଚନାର ମୁଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ,୯।୯: ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମରେ ଶନିବାର ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଛି। ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରୁ ପ୍ରଧାନମନ୍ତ୍ରୀ ମୋଦି ମରକ୍କୋ ଭୂକମ୍ପକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହାପରେ ଆଫ୍ରିକୀୟ ୟୁନିୟନକୁ ଜି-୨୦ରେ ସଦସ୍ୟ ଭାବେ ଆମନ୍ତ୍ରଣ କରାଯାଇଛି। ତେଣୁ ଜି-୨୦ ଏବେ ଜି-୨୧ରେ ପରିଚିତ ହେବ।

ଜି-୨୦ ବୈଠକର ଆଜିର ଅଧିବେଶନରେ ‘ଓ୍ବାନ ଆର୍ଥ’ ମୁଖ୍ୟ ପ୍ରସଙ୍ଗ ରହିଛି। ଆଜିର ଅଧିବେଶନରେ ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଆଲୋଚନା ହେବ। ଶୂନ୍ୟ କାର୍ବନ ନିର୍ଗମନ ଏଜେଣ୍ଡା ପୂରଣ ଉପରେ ଗୁରୁତ୍ୱ ଦିଆଯିବ।
ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ହେଉଛି ‘ବସୁଧୈବ କୁଟୁମ୍ବକମ, ଗୋଟିଏ ପୃଥିବୀ-ଏକ ପରିବାର-ଏକ ଭବିଷ୍ୟତ’। ସେହିପରି ବୈଠକରେ ଭାରତ ବିଭିନ୍ନ ପ୍ରସଙ୍ଗ ଉପରେ ଧ୍ୟାନ ଦେବ ଯେପରିକି ଅନ୍ତର୍ଭୂକ୍ତ ଅଭିବୃଦ୍ଧି, ଡିଜିଟାଲ ନବସୃଜନ, ଜଳବାୟୁ ପରିବର୍ତ୍ତନ ପାଇଁ ଆର୍ଥିକ ସହାୟତା ଏବଂ ସମାନ ବିଶ୍ୱ ବିଶ୍ୱ ସ୍ବାସ୍ଥ୍ୟ ପାଇଁ ସୁବିଧା ଯୋଗାଇଦେବା ଉପରେ ମଧ୍ୟ ଆଲୋଚନା ହେବ। ବିଶ୍ୱ ବିକାଶ, ଲିଙ୍ଗଗତ ସମାନତା, ମହିଳା ସଶକ୍ତିକରଣ ଏବଂ ବିଶ୍ୱ ଶାନ୍ତି ପାଇଁ ମଧ୍ୟ ମିଳିତ ଭାବରେ ଆଲୋଚନା କରାଯିବ।

Share