ଜି-୨୦: ରାଜନୈତିକ ସମ୍ପର୍କ ଖରାପ ଥିଲେ ବି ଭର୍ଚୁଆଲ ମିଟିଂରେ ସାମିଲ ହେଲେ ଜଷ୍ଟିନ ଟ୍ରୁଡୋ

ଟରଣ୍ଟୋ,୨୩।୧୧: ଖାଲିସ୍ତାନୀ ଆତଙ୍କବାଦୀ ନିଜାରଙ୍କ ମୃତ୍ୟୁ ପରଠାରୁ କାନାଡା ଏବଂ ଭାରତ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଛି। ଯେଉଁଥିପାଇଁ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କକୁ ନେଇ ତିକ୍ତତା ଦେଖାଦେଇଥିଲା। କାନାଡାର ପ୍ରଧାନମନ୍ତ୍ରୀ ତାଙ୍କ ସଂସଦରେ ଭାରତୀୟ ଗୁପ୍ତଚର ଏଜେନ୍ସି ବିରୋଧରେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ ନିଜାରଙ୍କ ମୃତ୍ୟୁୁ ପଛରେ ଭାରତୀୟ ଗୁପ୍ତଚର ସଂସ୍ଥା ଅଛି। ସେବେଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ଅନେକ ତିକ୍ତତା ଦେଖାଦେଇଛି। ଭାରତ ୨୦୨୦ରେ ନିଜ୍ଜରକୁ ଆତଙ୍କବାଦୀ ଘୋଷଣା କରିଥିଲା। ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗକୁ ଅବୈଧ ଏବଂ କୁସଂସ୍କାର ବୋଲି ଖାରଜ କରାଯାଇଛି।
ଭାରତ ଦ୍ୱାରା ଆୟୋଜିତ ଭର୍ଚୁଆଲ ଜି -୨୦ ନେତାଙ୍କ ସମ୍ମିଳନୀ, ଯେଉଁଥିରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ତାଙ୍କ ସମ୍ବୋଧନରେ ‘ଆଇନର ନିୟମ’ ଏବଂ ‘ଆନ୍ତର୍ଜାତୀୟ ନିୟମ’ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଆମକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଟ୍ରୁଡୋଙ୍କ କାର୍ଯ୍ୟାଳୟ ଦଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ସେପ୍ଟେମ୍ବରରେ ଅନୁଷ୍ଠିତ ଜି -୨୦ ବୈଠକରେ ସର୍ବସମ୍ମତି କ୍ରମେ ଏହି ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ଆଗକୁ ନେବା ପାଇଁ ଏହି ଭର୍ଚୁଆଲ ଶିଖର ସମ୍ମିଳନୀ ଆୟୋଜିତ ହୋଇଛି।

Share