ସେପ୍ଟେମ୍ବର ୭ରୁ ୧୦ ଯାଏ ଭାରତରେ ରହିବେ ବାଇଡେନ, ଜି -୨୦ ଶିଖର ସମ୍ମିଳନୀରେ ହେବେ ସାମିଲ

ନୂଆଦିଲ୍ଲୀ,୨୩।୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଜି -୨୦ ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ଆସନ୍ତା ସେପ୍ଟେମ୍ବର ୭ରୁ ୧୦ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ। ହ୍ବାଇଟ ହାଉସର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍‌ ସୁଲିବନ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।

ଅଧିକାରୀ କହିଛନ୍ତି ଯେ, ବାଇଡେନ ଗସ୍ତ ସମୟରେ ବିଶ୍ୱର ଆହ୍ବାନର ମୁକାବିଲା ତଥା ଦାରିଦ୍ର୍ୟର ମୁକାବିଲା ପାଇଁ ବହୁପକ୍ଷୀୟ ବିକାଶ ବ୍ୟାଙ୍କର ଦକ୍ଷତା ବୃଦ୍ଧି ଉପରେ ଆଲୋଚନା କରାଯିବ।

 

Share