Categories: ଜାତୀୟ

ସୋନିଆଙ୍କୁ ଭେଟିଲେ ଜି-୨୩ ନେତା

ନୂଆଦିଲ୍ଲୀ,୨୩ା୩: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ‘ଜି-୨୩’ ନେତାମାନେ ସାକ୍ଷାତ୍‌ କରିଛନ୍ତି। ଜି-୨୩ ହେଉଛି କଂଗ୍ରେସରେ ସାଙ୍ଗଠନିକ ପରିବର୍ତ୍ତନ ଦାବି କରୁଥିବା ଅସନ୍ତୁଷ୍ଟ ଗୋଷ୍ଠୀ। ନିକଟରେ ଏହି ଗୋଷ୍ଠୀର ବରିଷ୍ଠ ନେତା ଗୁଲାମନବୀ ଆଜାଦ ସୋନିଆଙ୍କୁ ଭେଟିଥିବାବେଳେ ମଙ୍ଗଳବାର ରାଜ୍ୟ ସଭାର ବିରୋଧୀ ଦଳ ଉପନେତା ଆନନ୍ଦ ଶର୍ମା ଓ ଲୋକ ସଭା ସଦସ୍ୟ ମନୀଷ ତିଓ୍ବ୍‌ାରୀ ତାଙ୍କ ୧୦ ଜନପଥ ବାସଭବନରେ ସାକ୍ଷାତ କରିଛନ୍ତି। ଏହି ଗୋଷ୍ଠୀର ଅନ୍ୟ କେତେଜଣ ନେତା ମଧ୍ୟ ସୋନିଆଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ପ୍ରକାଶ ଯେ, ୫ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଗତ ୧୬ ତାରିଖରେ ଜି-୨୩ର ଏକ ବୈଠକ ବସିଥିଲା। କଂଗ୍ରେସକୁ ଏକ ସାମୂହିକ ଓ ସାମଗ୍ରିକ ନେତୃତ୍ୱ ଆବଶ୍ୟକ ବୋଲି ଏଥିରେ ମତ ପ୍ରକାଶ ପାଇଥିଲା।

Share