ଜି ୭ର ଗ୍ଲୋବାଲ୍‌ ଇନ୍‌ଫ୍ରା ପ୍ଲାନ୍‌

କାର୍ବିିସ ବେ (ବ୍ରିଟେନ), ୧୩।୬: ଚାଇନାର ବେଲ୍ଟ ଆଣ୍ଡ ରୋଡ୍‌ ଭିତ୍ତିଭୂମି ପ୍ରକଳ୍ପକୁ ଜି୭ ରାଷ୍ଟ୍ରଗୋଷ୍ଠୀ ପକ୍ଷରୁ ବିରୋଧ କରାଯାଇଛି। ଶନିବାର ଏଠାରେ ଅନୁଷ୍ଠିତ ଜି୭ ରାଷ୍ଟ୍ରମୁଖ୍ୟମାନଙ୍କ ବୈଠକରେଗ୍ଲୋବାଲ୍‌ ଇନ୍‌ଫ୍ରା ପ୍ଲାନ୍‌ (ବିଶ୍ୱ ଭିତ୍ତିଭୂମି ଯୋଜନା) ଗୃହୀତ ହୋଇଛି। ଏହି ଯୋଜନା ଅନୁଯାୟୀ ଗରିବ ରାଷ୍ଟ୍ରଗୁଡ଼ିକରେ ଉଚ୍ଚ ମାନର ଭିତ୍ତିଭୂମି ବିକାଶ ଲାଗି ସହାୟତା ଯୋଗାଇ ଦିଆଯିବ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଅନ୍ୟ ନେତାମାନେ ବେଜିଂର ରଣକୌଶଳ ପ୍ରତିଯୋଗିତାର ମୁକାବିଲା ଲାଗି ଆଲୋଚନା କରିଥିଲେ। ଏଥିରେ ଆମେରିକାର ବିଲ୍ଡ ବ୍ୟାକ୍‌ ବେଟର ଓ୍ବାଲର୍‌ଡ (ବି୩ଡବ୍ଲ୍ୟୁ) ପ୍ରୋଜେକ୍ଟକୁ ଗ୍ରହଣ କରାଯାଇଥିଲା। ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକୁ ଭିତ୍ତିଭୂମି ବିକାଶରେ ସହାୟତା କରିବା ଏହାର ଉଦ୍ଦେଶ୍ୟ ବୋଲି ହ୍ବାଇଟ ହାଉସ୍‌ ପକ୍ଷରୁ କୁହାଯାଇଛି।
ଚାଇନାର ଅର୍ଥନୀତି ଓ ରାଜନୈତିକ ପ୍ରଭାବ ବଢ଼ାଇବା ପାଇଁ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ୨୦୧୩ରେ ବେଲ୍ଡ ଆଣ୍ଡ ରୋଡ୍‌ ପ୍ରୋଜେକ୍ଟ ଆରମ୍ଭ କରିଥିଲେ। ଏହି ପ୍ରକଳ୍ପ ନାମରେ ଛୋଟ ଦେଶଗୁଡ଼ିକୁ ଚାଇନା ପ୍ରଚୁର ପରିମାଣରେ ଋଣ ଦେଇଛି। ସେମାନେ ଚାଇନା ଋଣ ଜନ୍ତାରୁ ମୁକୁଳିବା ସହଜ ନୁହେଁ। ଏଥିପାଇଁ ବେଜିଂକୁ ସମାଲୋଚନା କରାଯାଇଥିଲା।

Share