ଟୋକିଓ,୧୮।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଥମିବାର ନାଁ ନେଉନି। ଏହାକୁ ନେଇ ୭ ବୈଦେଶିକ ମନ୍ତ୍ରୀଙ୍କ ସମୁହ ୟୁକ୍ରେନ ସହ ଯୁଦ୍ଧକୁ ନେଇ ରୁଷିଆ ବିରୋଧରେ ପ୍ରତିବନ୍ଧକୁ ଆହୁରି କଡା କରିବାକୁ ସଂକଳ୍ପ ନେଇଛନ୍ତି। କୁହାଯାଉଛି କି ଜି-୭ ବୈଠକ ମଙ୍ଗଳବାର ଜାପାନରେ ଶେଷ ହୋଇଛି। ଏହି ବୈଠକ ଜାପାନର ନାଗାନୋର କରୁଇଜାଓ୍ବାରେ କରାଯାଇଛି।
ମଙ୍ଗଳବାର ବୈଠକ ପରେ ଜାରି କରାଯାଇଥିବା ବିଜ୍ଞପ୍ତିରେ ଜି-୭ ମନ୍ତ୍ରୀମାନେ କହିଛନ୍ତି, ରୁଷିଆ ବିରୋଧରେ ପ୍ରତିବନ୍ଧକକୁ ଜୋରଦାର, ସମନ୍ବୟ କରିବା ଓ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବାକୁ ଆମେ ପ୍ରତିଶୃତିବଦ୍ଧ। ଯୁଦ୍ଧ ଅପରାଧ ତଥା ଅନ୍ୟାନ୍ୟ ଅତ୍ୟାଚାର, ଯେମିତିକି ରୁଷିଆର ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ଏବଂ ସାଧାରଣ ନାଗରିକ ଭିତ୍ତିଭୂମି ପାଇଁ କୌଣସି ଦଣ୍ଡ ଦିଆଯାଇ ପାରିବ ନାହିଁ ବୋଲି କୁହାଯାଇଛି। ୟୁକ୍ରେନ ପାଇଁ ସେମାନଙ୍କର ଦୃଢ ସମର୍ଥନ ଜାରି ରଖିବାକୁ ମନ୍ତ୍ରୀମାନେ ମଧ୍ୟ ସହମତ ହୋଇଥିଲେ।