ଗହମ ରପ୍ତାନୀ ବନ୍ଦ ନେଇ ଜି-୭ ପକ୍ଷରୁ ଭାରତକୁ କଡ଼ା ସମାଲୋଚନା…

ଓ୍ବାଶିଂଟନ, ୧୪।୫: ଭାରତ ଗହମ ରପ୍ତାନୀ ବନ୍ଦ କରିବା ନିଷ୍ପତ୍ତି ନେବା ପରେ ଜି-୭ର କୃଷିମନ୍ତ୍ରୀମାନେ ଏନେଇ କଡ଼ା ସମାଲୋଚନା କରିଛନ୍ତି। ଜି -୭ ରେ ଆମେରିକା, ବ୍ରିଟେନ, କାନାଡା, ଜର୍ମାନୀ, ଫ୍ରାନ୍ସ, ଇଟାଲୀ ଏବଂ ଜାପାନ ଆଦି ଦେଶର କୃଷିମନ୍ତ୍ରୀଙ୍କ ପକ୍ଷରୁ ଭାରତର ନୀତିକୁ କଡ଼ା ସମାଲୋଚନା କରାଯାଇଛି।

ଭାରତ ସରକାରଙ୍କ ପକ୍ଷରୁ ଶନିବାର ସକାଳେ ଗ୍ରହଣ କରାଯାଇଥିବା ଏହି ନିଷ୍ପତ୍ତି ନେଇ ଅନ୍ତର୍ଜାତୀୟସ୍ତରରେ ଆଳୋଚନା ଆରମ୍ଭ ହୋଇଛି। ଜି-୭ ପକ୍ଷରୁ କୁହାଯାଇଛି ଯେ, ଯଦି ଗହମ ଉତ୍ପାଦନ କରୁଥିବା ସମସ୍ତ ଦେଶ ରପ୍ତାନୀ ବନ୍ଦ କରି ଦିଅନ୍ତି ତେବେ ପୃଥିବୀରେ ସଙ୍କଟ ଦେଖାଦେବ ବୋଲି ଜର୍ମାନୀ କୃଷି ମନ୍ତ୍ରୀ କେମ୍‌ ଓଜଡେମିର ଷ୍ଟୁଟଗାର୍ଟରେ ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି।

ଭାରତ ଏକ ଦାୟିତ୍ୱ ସମ୍ପନ୍ନ ରାଷ୍ଟ୍ରର ଭୂମିକା ଗ୍ରହଣ କରୁ ବୋଲି ଜି-୭ ପକ୍ଷରୁ ଗୁରୁତ୍ୱାରୋପ କରାଯାଉଛି ବୋଲି ସେ କହିଛନ୍ତି।

Share