କ’ଣ ହେବ ତାଲିବାନର ଭବିଷ୍ୟତ, ନିଷ୍ପତ୍ତି ନେବେ ବିଶ୍ୱର ପାୱାର ଫୁଲ୍ ଦେଶ

ନ୍ୟୁୟର୍କ,୨୪ ।୮: ଆଫଗାନିସ୍ତାନ ଉପରେ ତାଲିବାନ ରାଜୁତି କରିବା ଆରମ୍ଭ କରିଛି । ହେଲେ ଏହାର ଭବିଷ୍ୟତ କ’ଣ ହେବ ସେ ନେଇ ମଙ୍ଗଳବାର ବିଶ୍ୱର ପାୱାରଫୁଲ ଦେଶ ନିଷ୍ପତ୍ତି ନେବେ । ମଙ୍ଗଳବାର ହେବାକୁ ଯାଉଥି ଜି-୭ ଦେଶର ବୈଠକ ଉପରେ ଏହା ନିର୍ଭର କରୁଛି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ଓ ଏହାର ସହଯୋଗୀ ଦେଶମାନେ ଏ ସମ୍ପର୍କରେ ନିଷ୍ପତ୍ତି ନେବେ । ସୂଚନାଯୋଗ୍ୟ, ଯେଉଁଭଳି ଭାବେ ତାଲିବାନ ଆଫଗାନିସ୍ତାନ ଉପରେ କାୟା ବିସ୍ତାର କରିଛି ଏହାକୁ ନେଇ ଅନେକ ଦେଶ ଅସନ୍ତୁଷ୍ଟ ଅଛନ୍ତି । ଅନୁମାନ କରାଯାଉଛି କି ଜି-୭ ବୈଠକରେ ତାଲିବାନକୁ ବିଶ୍ୱର ଅନ୍ୟସବୁ ଦେଶଠାରୁ ଅଲଗା କରିଦିଆଯାଇପାରେ । ଅନ୍ୟପଟେ ମିଳିଥିବା ସୂଚନା ଅନୁଯାୟୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଫଗାନିସ୍ତାନରେ ଅଗଷ୍ଟ ୩୧ ପର ପର୍ଯ୍ୟନ୍ତ ଆମେରିକା ଓ ଅନ୍ୟ ନାଟୋ ଦେଶର ସେନାଙ୍କୁ କିଛି ସମୟ ପାଇଁ ଅଟକିବାକୁ େଇ ନିଷ୍ପତ୍ତି ନେଇପାରନ୍ତି ।

Share