Categories: ଜାତୀୟ

ଜି. ଅଶୋକ କୁମାର ପ୍ରଥମ ଏନ୍‌ଏମ୍‌ଏସ୍‌ସି

ନୂଆଦିଲ୍ଳୀ, ୧୭।୨: ପୂର୍ବତନ ନୌସେନା ଉପମୁଖ୍ୟ ଜି. ଅଶୋକ କୁମାରଙ୍କୁ କେନ୍ଦ୍ର ସରକାର ଦେଶର ପ୍ରଥମ ଜାତୀୟ ସାମୁଦ୍ରିକ ନିରାପତ୍ତା ସଂଯୋଜକ (ଏନ୍‌ଏମ୍‌ଏସ୍‌ସି)ଭାବେ ନିଯୁକ୍ତି ଦେଇଛନ୍ତିି। ୧୯୮୨ରେ ସେ ନୌସେନାରେ ଯୋଗଦେଇଥିଲେ। ୩୯ ବର୍ଷ କାର୍ଯ୍ୟ କରିବା ପରେ ସେ ଗତବର୍ଷ ଜୁଲାଇରେ ଅବସର ନେଇଥିଲେ। ଜି. ଅଶୋକ କୁମାର ପୁଣେସ୍ଥିତ ଡିଫେନ୍ସ ଏକାଡେମିରେ ଶିକ୍ଷା ଲାଭ କରିଥିଲେ। ଚାକିରିକାଳ ମଧ୍ୟରେ ସେ ଅନେକ ଆହ୍ବାନଭରା ଅପରେଶନ୍‌ରେ ସାମିଲ ହୋଇଥିଲେ।

Share