Categories: ଜାତୀୟ

କେନ୍ଦ୍ର ମନ୍ତ୍ରୀ କିଶାନ ରେଡ୍ଡୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୦।୧: ଭାରତର ଉତ୍ତର ପୂର୍ବାଞ୍ଚଳର ପର୍ଯ୍ୟଟନ, ସଂସ୍କୃତି ଏବଂ ବିକାଶ ମନ୍ତ୍ରୀ ଜି କିଶାନ ରେଡ୍ଡୀ କରୋନା ପଜିଟିଭ୍‌ ହୋଇଛନ୍ତି। ଏ ନେଇ ମନ୍ତ୍ରୀ ନିଜେ ଗୁରୁବାର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ସାମାନ୍ୟ ଲକ୍ଷଣ ଦେଖାଯିବାରୁ କୋଭିଡ୍‌ ପରୀକ୍ଷା କରାଇଥିଲେ ଏବଂ ପଜିଟିଭ୍‌ ଆସିଥିବା ନେଇ ସେ କହିଛନ୍ତି। ସମସ୍ତ ଆବଶ୍ୟକୀୟ ପ୍ରୋଟୋକଲ ଅନୁସରଣ କରି ସେ ଏବେ ଆଇସୋଲେଶନରେ ଅଛନ୍ତି। ଏଥିସହ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସମସ୍ତେ କୋଭିଡ୍‌ ପରୀକ୍ଷା କରାଇନେବାକୁ ସେ ଅନୁରୋଧ କରିଛନ୍ତି।

— G Kishan Reddy (@kishanreddybjp) January 20, 2022

Share