ଜି. ଉଦୟଗିରି,୨୬।୭(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୨ ଜଣ ନର୍ସ ଓ ଜଣେ ଆଟେଣ୍ଡାଣ୍ଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପରେ ସ୍ବାସ୍ଥ୍ୟକେନ୍ଦ୍ରକୁ ସିଲ୍ କରି ଦିଆଯାଇଛି । ତେବେ କେବଳ ଥଣ୍ଡା, କାଶ, ଜ୍ୱର ରୋଗୀଙ୍କୁ ହବାକ ହାଇସ୍କୁଲ ପରିସରରେ ଖୋଲିଥିବା ଫିବର କ୍ଲିନିକରେ ଚିକିତ୍ସା କରାଯାଉଛି। ଅନ୍ୟ ରୋଗୀମାନଙ୍କୁ ପାଖ ଗ୍ରେସିଙ୍ଗିଆ ହସ୍ପିଟାଲରେ ଚିକିତ୍ସା ପାଇଁ ପଠାଯାଉଛି। ମାତ୍ର ସ୍ବାସ୍ଥ୍ୟକେନ୍ଦ୍ରର ଏକ ସ୍ବତନ୍ତ୍ର ସ୍ଥାନରେ ଜରୁରୀ ଚିକିତ୍ସା କରାଯାଉଛି ବୋଲି ମେଡିକାଲ ଅଫିସର ଇନଚାର୍ଜ ଡାକ୍ତର ଶକ୍ତିକାନ୍ତ ମଲ୍ଲିକ କହିଛନ୍ତି । ଏଣେ ୪ ଦିନିଆ ଶଟଡାଉନ ଯୋଗୁ ଦୋକାନ ବଜାର ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।