ଜି.ଉଦୟଗିରି,୮ା୧(ଡି.ଏନ୍.ଏ.): ପ୍ରବଳ ଶୀତରେ ଥରୁଛି ଜି.ଉଦୟଗିରି ସହର। ଦୁଇ ଦିନ ହେବ ଏଠାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ରବିବାର ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ସେଲ୍ସିୟର ରହିଛି ବୋଲି ଜି ଉଦୟଗିରି କୃଷି ପାଣିପାଗ ଫିଲ୍ଡ ୟୁନିଟ୍ ପକ୍ଷରୁ ଜଣାଯାଇଛି। ଶନିବାର ୭ ଡିଗ୍ରୀ ସେଲ୍ସିୟସ ରହିଥିବା ବେଳେ ରବିବାର ୪ .୬ ଡିଗ୍ରୀ ରହିଛି। ପ୍ରବଳ ଶୀତ ସାଙ୍ଗକୁ କୋହଲା ପବନ ଯୋଗୁ ଦିନ ସାରା ଶୀତ ଲାଗି ରହୁଛି । ଘନ କୁହୁଡ଼ି ଯୋଗୁ ସକାଳ ୧୦ଟା ସୁଦ୍ଧା ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୁଉଁଛନ୍ତି। ସା ହେବା କ୍ଷଣି ବଜାରଘାଟ ଶୂନ୍ଶାନ ହୋଇଯାଉଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ରହୁଛି।