ଜି.ଉଦୟଗିରି,୧୮ା୧୧(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲାର ଜି.ଉଦୟଗିରି ସହର ପ୍ରବଳ ଶୀତରେ ଥରୁଛି। ରବିବାର ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ଜି.ଉଦୟଗିରି କୃଷି ଗବେଷଣା କେନ୍ଦ୍ରର କୃଷି ତାପ ମାପକ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀ ସତ୍ୟନାରାୟଣ ମହାନ୍ତି କହିଛନ୍ତି। ପ୍ରବଳ ଶୀତ ସାଙ୍ଗକୁ ଘନକୁହୁଡି ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି। ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ସନ୍ଧ୍ୟାରୁ ପୁଣି ଶୀତ ମାଡିଆସୁଛି। ଘନକୁହୁଡ଼ି ଯୋଗୁ କଳିଙ୍ଗା ଘାଟିରେ ଯାନବାହନ ଚଳାଚଳରେ ଅସୁବିଧା ହେଉଛି। ଶୀତରୁ ରକ୍ଷା ପାଇଁ ଲୋକେ ସକାଳୁ ଚା’ଦୋକାନ ଓ ନିଆଁ ଚାରିପାଖେ ବସି ରହୁଥିବା ଦେଖାଯାଉଛି।