ଜି.ଉଦୟଗିରି,୧୮ା୧୧(ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲାର ଜି.ଉଦୟଗିରି ସହର ପ୍ରବଳ ଶୀତରେ ଥରୁଛି। ଜି.ଉଦୟଗିରି ସହରରେ ସୋମବାର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ସେଲ୍ସିୟସ୍ ଅଛି ବୋଲି ଜି.ଉଦୟଗିରିସ୍ଥିତ କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ଜଣାଯାଇଛି। ରବିବାର ୭.୮ଡିଗ୍ରୀ ରହିଥିବା ବେଳେ ସୋମବାର ୭.୨ ଡିଗ୍ରୀ ରହିଛି। ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ଭ ହୋଇଥିଲେ ମଧ୍ୟ ହଠାତ୍ ତାପମାତ୍ରା କମିଯିବା ଫଳରେ ଲୋକେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବିଶେଷକରି ରାସ୍ତାକଡ଼ରେ ବସି ବିକ୍ରି କରୁଥିବା ଛୋଟଛୋଟ ବ୍ୟବସାୟୀ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। ସକାଳ ୧୦ଟା ସୁଦ୍ଧା ଘରୁ ବାହାରିବା କଷ୍ଟ ହେଉଛି। ସା ହେବା କ୍ଷଣି ଶୀତ ମାଡ଼ି ଆସୁଥିବା ଯୋଗୁ ପରେ ବଜାରରେ ଭିଡ଼ କମି ଯାଉଛି। ଏଣେ ଘନକୁହୁଡ଼ି ଯୋଗୁ କଳିଙ୍ଗା ଘାଟିରେ ଯାନବାହନ ଚଳାଚଳ ଅସୁବିଧା ହେଉଛ। ଲୋକେ ନିଆଁ ଜାଳି ଶୀତର ମଜା ନେଉଛନ୍ତି। ଅନ୍ୟପଟେ ଶୀତ ମଜା ନେବା ପାଇଁ କିଛି ଲୋକ ସକାଳୁ ସକାଳୁ ଚା’ ଦୋକାନଗୁଡ଼ିକରେ ଭିଡ଼ କରିବା ଦେଖିବାକୁ ମିଳୁଛି।