ଚଳିତ ବର୍ଷ ଭାରତର ଜି୨୦ ଅଧ୍ୟକ୍ଷତାରୁ ବିଶ୍ୱ ସମୁଦାୟ ଅନେକ କିଛି ଆଶା କରୁଛି ବୋଲି ଶୁକ୍ରବାର ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍) ପରିଚଳାନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜର୍ଜିଏଭା କହିଛନ୍ତି। ବର୍ତ୍ତମାନର ସଙ୍କଟ ସମୟରେ ଅନ୍ତର୍ଜାତୀୟ ସମୁଦାୟ ବିଶ୍ୱର ସମନ୍ବିତ ଅର୍ଥନୀତିକୁ ସୁରକ୍ଷା ଦେବା ଜରୁରୀ ହୋଇପଡ଼ିଛି। ତେଣୁ ଭାରତ ଆମ ସମସ୍ତଙ୍କୁ ସାଙ୍ଗରେ ନେଇ ଏହି ବୃହତ୍ ବୈଶ୍ୱିକ ସେବା ପ୍ରଦାନ କରିବ ବୋଲି ସେ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ୧ରେ ଭାରତ ଆନୁଷ୍ଠାନିକ ଭାବେ ୨୦ ରାଷ୍ଟ୍ର ସମୂହର ଅଧ୍ୟକ୍ଷତା ଆରମ୍ଭ କରିଛି। ଆସନ୍ତା ସେପ୍ଟେମ୍ବର ୯-୧୦ରେ ନୂଆଦିଲ୍ଲୀରେ ହେବାକୁ ଥିବା ସମ୍ମିଳନୀରେ ଜି୨୦ ନେତୃବୃନ୍ଦ ଯୋଗଦେବେ।