ଜି-୨୦ ସଜବାଜ: ୭ରୁ ୧୧ ସେପ୍ଟେମ୍ବର ପାଇଁ ଏୟାର ଇଣ୍ଡିଆ ଘୋଷଣା କଲା ସ୍ବତନ୍ତ୍ର ସୁବିଧା

ନୂଆଦିଲ୍ଲୀ,୫।୯: ଜି-୨୦କୁ ଦୃଷ୍ଟିରେ ରଖି ରାଜଧାନୀ ନୂଆଦିଲ୍ଲୀରେ ସଜବାଜ ଆରମ୍ଭ ହୋଇ ଯାଇଛି। ଜି-୨୦ ବୈଠକ ଯୋଗୁ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କ ପାଇଁ ଏକ ସ୍ବତନ୍ତ୍ର ସୁବିଧା ଘୋଷଣା କରିଛି। ଏୟାର ଇଣ୍ଡିଆ ଏକ୍ସ(ପୂର୍ବ ଟ୍ବିଟର)ରେ ଟୁଇଟ କରି କହିଛି ଯେ, ୭ରୁ ୧୧ ସେପ୍ଟେମ୍ବର ମଧ୍ୟରେ ଦିଲ୍ଲୀରେ ଯାତାୟାତକୁ ନେଇ ପ୍ରତିବନ୍ଧକ ଲାଗୁ ହେବ। ଏଭଳି ପରିସ୍ଥିତିରେ ଦିଲ୍ଲୀରୁ ଯାଉଥିବା କିମ୍ବା ଦିଲ୍ଲୀକୁ ଆସୁଥିବା ଯାତ୍ରୀମାନଙ୍କୁ ଏକ ବିକଳ୍ପ ଦିଆଯାଇଛି। କନର୍ଫମ ଟିକେଟ କରିଥିବା ଯାତ୍ରୀଙ୍କୁ ଟ୍ୟାକ୍ସ ଫ୍ରି କରାଯାଇଛି। ଯଦି ଯାତ୍ରୀମାନେ ସେମାନଙ୍କର ଯାତ୍ରାର ତାରିଖ କିମ୍ବା ସେମାନଙ୍କର ବିମାନ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ପୁର୍ନ ନିର୍ଦ୍ଧାରିତ ବିମାନ ପାଇଁ ଭଡା ଦେବାକୁ ପଡିବ। ତେବେ ଏହି ୫ଦିନ ଯାତ୍ରାରେ ଯାତ୍ରୀଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ବଡିବ ନାହିଁ।

Share