Posted inଜାତୀୟ

ଜି୨୦: ମନ୍ତ୍ରୀଙ୍କୁ ମୋଦି ମନ୍ତ୍ର

ନୂଆଦିଲ୍ଲୀ,୭ା୯: ଭୂରାଜନୀତି କେବଳ ଆମେରିକା ଓ ଚାଇନାରେ କେନ୍ଦ୍ରୀଭୂତ ହୋଇ ରହିନାହିଁ। ଏବେ ଭାରତର ସମୟ ଉପନୀତ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଆସନ୍ତା ୯ ଓ ୧୦ରେ ହେବାକୁ ଥିବା ଜି୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ବୈଶ୍ୱିକ ବିକାଶ’ ଉଦ୍ୟମକୁ ପ୍ରଦର୍ଶିତ କରି ଏହି ସନ୍ଦେଶ ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର।

ନୂଆଦିଲ୍ଲୀ ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ରେ ୨ ଦିନିଆ ଜି୨୦ ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମନ୍ତ୍ରୀମାନଙ୍କୁ ମନ୍ତ୍ର ଦେଇଛନ୍ତି। ଏଥିରେ ଯୋଗଦେବା ପାଇଁ ଆସିବାକୁ ଥିବା ରାଷ୍ଟ୍ରମୁଖ୍ୟ ଓ ବିଦେଶୀ ଅତିଥିମାନଙ୍କ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ସତର୍କ ଓ ସଚେତନ ରହିବାକୁ ମୋଦି ନିଜ କ୍ୟାବିନେଟ ସହଯୋଗୀମାନଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକରେ ମୋଦି ମନ୍ତ୍ରୀମାନଙ୍କୁ ନିଜ ସରକାରୀ ଗାଡ଼ି ବ୍ୟବହାର ପରିବର୍ତ୍ତେ ଆଖପାଖରେ ଥିବା ଅନ୍ୟ ଯାନବାହନ ଜରିଆରେ ଭାରତ ମଣ୍ଡପମ୍‌କୁ ଆସିବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ସମ୍ବୋଧନରେ ଆହୁରି କହିଛନ୍ତି, ନିଜ ମୋବାଇଲରେ ଜି୨୦ ଆପ୍‌ ଡାଉନ୍‌ଲୋଡ୍‌ କରି ବିଦେଶୀ ଅତିଥିଙ୍କ ସହ କଥା ହେବାବେଳେ ଏହାର ଅନୁବାଦ ତଥା ଅନ୍ୟ ଫିଚର୍ସଗୁଡ଼ିକର ଭରପୂର ଉପଯୋଗ କରନ୍ତୁ।

ଜି୨୦ ମୋବାଇଲ ଆପ୍‌ରେ ଥିବା ଇନ୍‌ଷ୍ଟାଣ୍ଟ ଟ୍ରାନ୍ସଲେଶନ୍‌ ଫିଚରରେ ସମସ୍ତ ଭାରତୀୟ ଭାଷା ସହିତ ଜି୨୦ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଭାଷା ମଧ୍ୟ ରହିଛି। ଅନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକର ପ୍ରତିନିଧିଙ୍କ ସମେତ ପ୍ରାୟ ୪୦ ବିଶ୍ୱନେତା ଜି୨୦ରେ ଯୋଗଦେବେ ବୋଲି ବହିର୍ବ୍ୟାପାର ସଚିବ ବିନୟ ମୋହନ କ୍ୱାତ୍‌ରା ଉକ୍ତ ବୈଠକରେ ସୂଚନା ଦେଇଛନ୍ତି। ଏଥିସହ ପ୍ରୋଟୋକଲ ସମ୍ପର୍କିତ ତଥ୍ୟ ମଧ୍ୟ ପ୍ରଦାନ କରିଛନ୍ତି। କେତେଜଣ କେନ୍ଦ୍ରମନ୍ତ୍ରୀ ବିଶ୍ୱନେତାଙ୍କୁ ସ୍ବାଗତ କରିବା ଦାୟିତ୍ୱରେ ରହିବେ।

ଜି୨୦ ପାଇଁ ଜାତୀୟ ରାଜଧାନୀ ଦିଲ୍ଲୀକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ୨୮ ଫୁଟ୍‌ ଉଚ୍ଚତା ବିଶିଷ୍ଟ ନଟରାଜ ମୂର୍ତ୍ତି ରାତିରେ ଆଲୋକ ବିଚ୍ଛୁରଣ କରୁଛି। ଭାରତ ଏହି ସମିଟ୍‌ ପାଇଁ ଏକ ନୂଆ ସ୍ଲୋଗାନ ବାହାର କରିଛି। ତାହା ହେଲା, ‘ଓ୍ବାନ୍‌ ଆର୍ଥ, ଓ୍ବାନ୍‌ ଫାମିଲି, ଓ୍ବାନ୍‌ ଫ୍ୟୁଚର’। ଅର୍ଥାତ୍‌ ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ। ଜି୨୦ରେ ଥିବା ୧୯ ଦେଶ ଏବଂ ୟୁରୋପୀୟ ସଂଘରେ ବିଶ୍ୱର ଦୁଇ-ତୃତୀୟାଂଶ ଜନସଂଖ୍ୟା ବସବାସ କରୁଥିବାବେଳେ ବୈଶ୍ୱିକ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୮୫% ଅବଦାନ ହେଉଛି ଏହି ରାଷ୍ଟ୍ର ସମୂହର।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri