ଅତି ଧନୀଙ୍କ ଉପରେ ଟିକସ ଲଗାଇବାକୁ ଜି୨୦ ରାଷ୍ଟ୍ର ସହମତ

ରିଓ ଡି ଜେନିରୋ,୨୯ା୭: ବ୍ରାଜିଲର ରିଓ ଡି ଜେନିରୋରେ ଜି୨୦ ରାଷ୍ଟ୍ରଗୁଡ଼ିକର ଅର୍ଥମନ୍ତ୍ରୀମାନଙ୍କ ୨ ଦିନିଆ ବୈଠକ ଶୁକ୍ରବାର ଶେଷ ହୋଇଛି। ଅତି ଧନୀମାନଙ୍କ ଉପରେ ଟିକସ ଲଗାଇବା ଦିଗରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏକାଠି କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି। କିନ୍ତୁ ଏନେଇ କୌଣସି ଚୁକ୍ତିନାମା ହୋଇପାରି ନାହିଁ। କାରଣ ଅତି ଧନୀଙ୍କ ଉପରେ ଟିକସ ଲଗାଇବା ନିମନ୍ତେ ବୈଶ୍ୱିକ ଡିଲ୍‌ର ଆବଶ୍ୟକତାକୁ ଆମେରିକା ଓ ଜର୍ମାନୀ ଖଣ୍ଡନ କରିଥିଲେ। ପରବର୍ତ୍ତୀ ଜି୨୦ ସମିଟ୍‌ ନଭେମ୍ବରରେ ବ୍ରାଜିଲରେ ଅନୁଷ୍ଠିତ ହେବ।

ଅତି ଧନୀମାନେ ସେମାନଙ୍କ ସମ୍ପତ୍ତିର ୨ ପ୍ରତିଶତ ଟିକସ ଆକାରରେ ଦେବା ଆବଶ୍ୟକ ବୋଲି ପ୍ରସ୍ତାବ ଅଣାଯାଇଥିଲା। ଫ୍ରାନ୍ସ ଅର୍ଥନୀତିଜ୍ଞ ଗାବ୍ରିଏଲ୍‌ ଜୁକ୍‌ମାନଙ୍କ ରିପୋର୍ଟ ଅନୁଯାୟୀ, ବିଲିଅନେୟାରମାନେ ବର୍ତ୍ତମାନ ସେମାନଙ୍କ ସମ୍ପତ୍ତିର ମାତ୍ର ୦.୩ ପ୍ରତିଶତ ଟିକସ ଭାବେ ଦେଉଛନ୍ତି। ସେମାନେ ବାର୍ଷିକ ୨ ପ୍ରତିଶତ ଟ୍ୟାକ୍ସ ଦେଲେ ୩,୦୦୦ ବିଲିଅନେୟାରଙ୍କଠାରୁ ୨୦୦ରୁ ୨୫୦ ବିଲିୟନ ଡଲାର ସଂଗୃହୀତ ହୋଇପାରିବ, ଯାହାକୁ ଶିକ୍ଷା, ସ୍ବାସ୍ଥ୍ୟସେବା ଭଳି ସାଧାରଣ ସେବାରେ ବିନିଯୋଗ କରାଯିବା ସହ ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ଖର୍ଚ୍ଚ କରାଯାଇପାରିବ।

Share