ଭାରତର ଜି-୨୦ ଅଧ୍ୟକ୍ଷତା ବିଶ୍ୱକୁୁ ଏକାଠି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି: ଜୟଶଙ୍କର

ଓ୍ବାଶିଂଟନ,୩୦।୯: ଭାରତୀୟ ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟ ମଧ୍ୟରେ ସେ ବିଶ୍ୱ ସାଂସ୍କୃତିକ ମହୋତ୍ସବ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏଠାରେ ସେ ଭାରତର ଜି -୨୦ ଅଧ୍ୟକ୍ଷତାକୁ ନେଇ ଏକ ବଡ଼ କଥା କହିଛନ୍ତି।

ବର୍ହି ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ବିଶ୍ୱକୁ ଏକାଠି କରିବାରେ ଭାରତର ଜି -୨୦ ଅଧ୍ୟକ୍ଷତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସ୍ଥାୟୀ ବିକାଶ, ସବୁଜ ଅଭିବୃଦ୍ଧି ଏବଂ ଡିଜିଟାଲ ବିତରଣରେ ଭାରତ ନୂତନ ଶକ୍ତି ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲା।
ଜୟଶଙ୍କର କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ହେଉ, ଅର୍ଥନୈତିକ ପ୍ରଗତି ହେଉ କିମ୍ବା ସାମାଜିକ କଲ୍ୟାଣ ହେଉ, ଆଜିର ପ୍ରମୁଖ ଆହ୍ବାନଗୁଡିକ ପୃଥକ ଭାବରେ ସମାଧାନ ହୋଇପାରିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱକୁ ଏକାଠି କରିବା ପାଇଁ ଭାରତ ଜି -୨୦ର ଅଧ୍ୟକ୍ଷତା ଗ୍ରହଣ କଲା। ଆମର ଥିମ ଏକ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ଆଜି ଆମକୁ ସାଂସ୍କୃତିକ ଭାବରେ ଉପସ୍ଥାପିତ କରିଛି।

Share