Categories: ଜାତୀୟ

ଅଢେଇ ହଜାର ବର୍ଷ ପୁରୁଣା ମନ୍ତ୍ର ଦେଲା ୨୦ରୁ ୨୧ ହେବାର ଗ୍ଲୋବାଲ ଫର୍ମୁଲା

ନୂଆଦିଲ୍ଲୀ,୯।୯: ଭାରତରେ ଜି -୨୦ ଶିଖର ସମ୍ମିଳନୀ ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣରେ ଉଦଘାଟିତ ହୋଇଛି। ଏହି ଶିଖର ସମ୍ମିଳନୀକୁ ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ୱ ତରଫରୁ ମରୋକ୍କରେ ହୋଇଥିବା ଭୂକମ୍ପ ଯୋଗୁଁ ହୋଇଥିବା ଜୀବନ ହାନି ହେତୁ ମୁଁ ଦୁଃଖିତ ଏବଂ ସେଠାକାର ଲୋକଙ୍କ ସହ ମୋର ସମବେଦନା ରହିଛି। ସେ କହିଛନ୍ତି, ଏହି ଶିଖର ସମ୍ମିଳନୀରେ ଉପସ୍ଥିତ ଥିବା ବିଶ୍ୱର ସମସ୍ତ ମୁଖ୍ୟଙ୍କୁ ଭାରତ ସ୍ବାଗତ କରୁଛି।
ଏହି ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଠାରୁ କିଛି କିଲୋମିଟର ଦୂରରେ ପ୍ରାୟ ଅଢେେଇ ହଜାର ବର୍ଷ ପୁରୁଣା ଏକ ସ୍ତମ୍ଭ ଅଛି, ଯେଉଁଥିରେ ପ୍ରାକୃତ ଭାଷାରେ ଲେଖା ହୋଇଛି ଯେ ହେଭଂ ଲୋକାଶଃହିତ ମୁଖେତି, ଅଥଃ ଇୟଂ ନାତେଶୁ ହେଭଂ ଅର୍ଥାତ୍‌ ମାନବିକତାର ଆଗ୍ରହ ଏବଂ ତାଙ୍କର କଲ୍ୟାଣ ନିଶ୍ଚିତ ହୋଇଛି। ଅଢେେଇ ହଜାର ବର୍ଷ ପୂର୍ବେ ଭାରତର ଏହି ଦେଶରୁ ଏହି ବାର୍ତ୍ତା ସମଗ୍ର ବିଶ୍ୱକୁ ଦିଆଯାଇଥିଲା। ଏକବିଂଶ ଶତାବ୍ଦୀର ଏହି ସମୟ ସମଗ୍ର ବିଶ୍ୱକୁ ନୂଆ ଦିଗ ଦେଉଛି। ଏହା ହେଉଛି ସମୟ ଯେତେବେଳେ ପୁରୁଣା ଚ୍ୟାଲେଞ୍ଜଗୁଡ଼ିକ ଆମଠାରୁ ନୂତନ ସମାଧାନ ଦାବି କରୁଛନ୍ତି।

Share