Categories: ଜାତୀୟ

ଜି -୨୦ ଶିଖର ସମ୍ମିଳନୀ ପାଇଁ ଆଇଜିଆଇ ବିମାନ ବନ୍ଦରରେ ୩ ଘଣ୍ଟାରେ ଲ୍ୟାଣ୍ଡ ହେଲା ୧୨ ବିମାନ, ୨୯ ଅତିଥିଙ୍କୁ କରାଗଲା ଭବ୍ୟ ସ୍ବାଗତ

ନୂଆଦିଲ୍ଲୀ,୯।୯: ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ବିଭିନ୍ନ ଦେଶର ମୁଖ୍ୟମାନେ ଦିଲ୍ଲୀ ଆସିଛନ୍ତି। ସମସ୍ତ ରାଷ୍ଟ୍ର ମୁଖ୍ୟଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟ ମନ୍ତ୍ରୀଙ୍କୁ ନିୟୋଜିତ କରାଯାଇଥିଲା। ଏହି ସମୟ ମଧ୍ୟରେ ସୁରକ୍ଷା ଏଜେନ୍ସି ଦିଲ୍ଲୀ ବିମାନବନ୍ଦର ସମେତ ପ୍ରତ୍ୟେକ କୋଣ ଅନୁକୋଣ ଉପରେ ନଜର ରଖିଥିଲା। ସେପ୍ଟେମ୍ବର ୮ରେ ବିଭିନ୍ନ ଦେଶରୁ ରାଷ୍ଟ୍ର ମୁଖ୍ୟଙ୍କୁ ନେଇ ଅତି କମରେ ୨୯ଟି ବିମାନ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲା। ଏଥିପାଇଁ ଇନ୍ଦିରା ଗାନ୍ଧୀ ବିମାନବନ୍ଦର (ଆଇଜିଆଇ)ର କାର୍ଯ୍ୟକଳାପ ଉପରେ କଡା ନଜର ରଖିବା ପାଇଁ ଅତିରିକ୍ତ ଏୟାର ଟ୍ରାଫିକ ନିୟନ୍ତ୍ରକ (STO) ନିୟୋଜିତ କରିଥିଲା।
ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଏହି ୨୯ଟି ବିମାନ ମଧ୍ୟରୁ ୧୨ଟି ବିମାନ ସାଢେ ତିନି ଘଣ୍ଟା ମଧ୍ୟରେ ଅବତରଣ କରିଛି। କିଛି ବିମାନ ମଧ୍ୟରେ ବ୍ୟବଧାନ ଦଶ ମିନିଟରୁ କମ ଥିଲା, ଯେଉଁ କାରଣରୁ ଅତିଥିମାନଙ୍କୁ ସେମାନଙ୍କ ହୋଟେଲକୁ ପଠାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ପଡିଲା। ନେଦରଲ୍ୟାଣ୍ଡସ ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀଙ୍କ ବିମାନ ୬ମିନିଟର ବ୍ୟବଧାନରେ ଅବତରଣ କରିଥିଲା।

Share