ନୂଆଦିଲ୍ଲୀ,୮।୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଜି -୨୦ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ ପଠାଯାଇନାହିଁ। ରିପୋର୍ଟ ଅନୁଯାୟୀ ଖାର୍ଗେଙ୍କ କାର୍ଯ୍ୟାଳୟ ଏହା ନିଶ୍ଚିତ କରିଛି।
ଶନିବାର ରାଷ୍ଟ୍ରପତିଙ୍କ ଦ୍ୱାରା ଏକ ରାତ୍ରୀ ଭୋଜନ ଆୟୋଜନ କରାଯାଇଛି। ଦିଲ୍ଲୀର ପ୍ରଗତି ମଥଦାନରେ ଜି -୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତ ଭରତ ମଣ୍ଡପରେ ଏହି ରାତ୍ରୀ ଭୋଜନ କରାଯିବ। ଏଠାରେ ଏକ ଛୋଟ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ଜି -୨୦ ସମ୍ମିଳନୀ ପାଇଁ ସ୍ବତନ୍ତ୍ର ସଚିବ ମୁକ୍ତେଶ ପରଦେଶୀ କହିଛନ୍ତି ଯେ, ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ରାତ୍ରୀ ଭୋଜନ ମଧ୍ୟ ଆୟୋଜିତ ହୋଇଛି।