Categories: ଜାତୀୟ

ଜି -୨୦ ସମ୍ମିଳନୀ ପାଇଁ ସୁରକ୍ଷା କଡାକଡି, ଖାକି ନୁହେଁ ନୀଳ ରଙ୍ଗର ସଫାରି ଶୁଟରେ ନଜର ଆସିବେ ଦିଲ୍ଲୀ ପୋଲିସର ଯବାନ

ନୂଆଦିଲ୍ଲୀ,୨।୯: ଦେଶର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଛି। ଦିଲ୍ଲୀର ସୁରକ୍ଷା ପାଇଁ ୪୫ ହଜାର ସୈନିକ ନିୟୋଜିତ ହେବେ, ଯେଉଁଥିରେ ଦିଲ୍ଲୀ ପୋଲିସ ଏବଂ ସେଣ୍ଟ୍ରାଲ ଫୋର୍ସ କର୍ମଚାରୀ ଅଛନ୍ତି। ବିଶେଷ କଥା ହେଉଛି ଏହି ଯବାନମାନେ ସେମାନଙ୍କ ୟୁନିଫର୍ମରେ ଦେଖାଯିବେ ନାହିଁ ବରଂ ନୀଳ ରଙ୍ଗର ସଫାରି ଶୁଟରେ ଦେଖାଯିବେ। ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ଅଧିକାରୀମାନେ କହିଛନ୍ତି ଯେ ଜି -୨୦ ଶିଖର ସମ୍ମିଳନୀ ପାଇଁ ଯୋଜନା ମାସ ମାସ ଧରି ପ୍ରସ୍ତୁତ ହେଉଛି। ଯେଉଁଥିରେ ପାରାମିଲିଟାରୀ ଫୋର୍ସ ସଶକ୍ତିକରଣ, ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ, ଆତଙ୍କବାଦୀଙ୍କ ସହ ଲଢିବା ପାଇଁ ତାଲିମ, ଭିଭିଆଇପି ସୁରକ୍ଷା ଏବଂ ଲୋକଙ୍କୁ ବଞ୍ଚାଇବା ସାମିଲ ରହିଛି।

Share