Categories: ଜାତୀୟ

ଜି-୨୦ ଶିଖର ସମ୍ମିଳନୀରେ ବଡ ଘୋଷଣା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ

ନୂଆଦିଲ୍ଲୀ,୧୦।୯: ରାଜଧାନୀ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ସେପ୍ଟେମ୍ବର ୯ ଶନିବାରଠାରୁ ହୋଇଛି। ରବିବାର ହେଉଛି ଏହାର ଦ୍ୱିତୀୟ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ର ପ୍ରଥମ ଦିନରେ ସମସ୍ତ ରାଷ୍ଟ୍ର ମୁଖ୍ୟଙ୍କୁ ଭାରତ ମାଟିକୁ ସ୍ବାଗତ କରିଥିଲେ। ଜି-୨୦ ଆରମ୍ଭରେ ପ୍ରଧାନମନ୍ତ୍ରୀ ମରକ୍କୋରେ ହୋଇଥିବା ଭୂକମ୍ପକୁ ନେଇ ଦୁଃଖ ପ୍ରକାଶ କରିବା ସହ ସେଠାକାର ପରିବାର ପ୍ରତି ସମବେଦନା ଜଣାଇଥିଲେ। ସେ କହିଥିଲେ ମରକ୍କୋରେ ହୋଇଥିବା ଭୂକମ୍ପ ପାଇଁ ଭାରତ ଯଥା ସମ୍ଭବ ସହାୟତା ଯୋଗାଇ ଦେବ।
ଏହି ସମ୍ମିଳନୀରେ ବିଭିନ୍ନ ଦେଶଣ ରାଷ୍ଟ୍ରମୁଖ୍ୟମାନେ ଯୋଗ ଦେଇଛନ୍ତି। ତେବେ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବାରେ ବିଶ୍ୱକୁ ସାହାଯ୍ୟ କରିବା ପାଇଁ ବ୍ରିଟେନ ସବୁଜ ଜଳବାୟୁ ପାଣ୍ଠିକୁ ଏହାର ସର୍ବ ବୃହତ ଏକକ ପାଣ୍ଠି ପ୍ରତିବଦ୍ଧତାରେ ୨ ବିଲିୟନ ଡ଼ଲାର୍‌ ପ୍ରଦାନ କରିବ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ତଥା ମୂଳ ଭାରତୀୟ ବାସିନ୍ଦ ଋଷି ସୁନକ ଘୋଷଣା କରିଛନ୍ତି। ଭାରତରେ ଥିବା ବ୍ରିଟିଶ ହାଇ କମିଶନ କହିଛନ୍ତି ଯେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ବିଶ୍ୱର ଦୁର୍ବଳ ଲୋକଙ୍କୁ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବା ସହ ଖାପ ଖୁଆଇବାରେ ସାହାଯ୍ୟ କରିବାକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

Share