Categories: ଜାତୀୟ

ସେପ୍ଟେମ୍ବର ୮ରୁ ୧୦ ପର୍ଯ୍ୟନ୍ତ ଦିଲ୍ଲୀରେ ବନ୍ଦ ରହିବ ସ୍କୁଲ, କଲେଜ, ବ୍ୟାଙ୍କ

ନୂଆଦିଲ୍ଲୀ,୨୪।୮: ସେପ୍ଟେମ୍ବର ୮ରୁ ୧୦ ପର୍ଯ୍ୟନ୍ତ ଜାତୀୟ ରାଜଧାନୀ ଦିଲ୍ଲୀରେ ଏକ ସର୍ବସାଧାରଣ ଛୁଟି ଘୋଷଣା କରାଯାଇଛି। ସରକାରଙ୍କ ଏହି ଘୋଷଣା ପରେ ଅନେକ କାର୍ଯ୍ୟାଳୟ ବିଦ୍ୟାଳୟ-କଲେଜ, ବଜାର ଆଦି ପର୍ଯ୍ୟନ୍ତ ବନ୍ଦ ରହିବ। ଏହା ସହିତ ସରକାରଙ୍କ ଦ୍ୱାରା ଏକ ସ୍ବତନ୍ତ୍ର ଟ୍ରାଫିକ ରୁଟ ମଧ୍ୟ ପ୍ରସ୍ତୁତ କରାଯାଇଛି, ଯେଉଁଥିପାଇଁ ସାଧାରଣ ଲୋକଙ୍କୁ ଅନେକ ମାର୍ଗରେ ଯିବାକୁ ବାରଣ କରାଯିବ। ତେବେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ଏଥର ଭାରତ ଜି -୨୦ ସମ୍ମିଳନୀର ଅଧ୍ୟକ୍ଷତା କରୁଛି। ଏହି କାରଣରୁ ଏହି ଶିଖର ସମ୍ମିଳନୀ ଭାରତ ଦ୍ୱାରା ଆୟୋଜିତ ହେଉଛି। ଜି -୨୦ ଶିଖର ସମ୍ମିଳନୀ ୯ ଏବଂ ୧୦ସେପ୍ଟେମ୍ବରରେ ଦିଲ୍ଲୀର ପ୍ରଗତି ମଇଦା ଠାରେ ଥିବା ଷ୍ଟେଟ ଆର୍ଟ କନଭେନଶନ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବ। ଜି -୨୦ର ଅନେକ ହେଡ ଅଫ ଷ୍ଟେଟ ବ୍ୟତୀତ ଅନେକ ସେଲିବ୍ରିଟି ଏହି ସମ୍ମିଳନୀରେ ଭାରତ ଆସିବେ। ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଛୁଟି ଘୋଷଣା କରାଯାଇଛି।

Share