Categories: ଜାତୀୟ

ସୋମବାରଠୁ ବାରାଣାସୀରେ ଜି-୨୦ କୃଷି ବୈଜ୍ଞାନିକ ବୈଠକ

ଲକ୍ଷ୍ନୌ,୧୬।୪: ଜି-୨୦ କୃଷି ବୈଜ୍ଞାନିକ ବୈଠକ ଏପ୍ରିଲ ୧୭ରୁ ୧୯ ତାରିଖ ଯାଏ ବାରାଣାସୀରେ ଅନୁଷ୍ଠିତ ହେବାକୁ ଯାଉଛନ୍ତି। ଏହି ବୈଠକରେ ବିଶ୍ୱର ୨୦ଟି ଦେଶର ପ୍ରତିନିଧୀ ଏବଂ ଅନ୍ୟ ଅଂଶୀଦାର ଦେଶର ପ୍ରତିନିଧୀମାନେ ଅଂଶଗ୍ରହଣ କରିବେ। ଏଥିପାଇଁ ଉତ୍ତରପ୍ରଦେଶ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି।

ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଏହି ତିନି ଦିନିଆ କାର୍ଯ୍ୟକ୍ରମ ପୁଷ୍ଟିକର ଖାଦ୍ୟ, ଖାଦ୍ୟ ସୁରକ୍ଷା,ଚାଷ ପ୍ରଣାଳୀ ଆଦି ବାର୍ତ୍ତା ବିସ୍ତାର କରିବ। ଏହା ସହିତ ଜ୍ଞାନ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟାର ଆଦାନପ୍ରଦାନ ତଥା ଜି -୨୦ଦେଶ ମଧ୍ୟରେ ସହଯୋଗକୁ ମଜବୁତ କରିବା ପାଇଁ ଏକ ଭଲ ପ୍ଲାଟଫର୍ମ ପ୍ରଦାନ କରିବାରେ ସହାୟକ ହେବ।

ଭାରତ ଚଳିତ ବର୍ଷ ଜି -୨୦ର ଅଧ୍ୟକ୍ଷତା କରୁଛି। ତେବେ ବାରାଣାସୀରେ ସମୁଦାୟ ୬ଟି ଜି -୨୦ ବୈଠକ ହେବ। ଏହର ପ୍ରଥମ ବୈଠକ ୧୭ ଏପ୍ରିଲରୁ ଆରମ୍ଭ ହେଉଛ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ସହରକୁ ସଜାଯାଇଛି। ଏହା ସହିତ ସହରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହୋଟେଲ ତାଜରେ ଜି -୨୦ର ବୈଠକ ଅନୁଷ୍ଠିତ ହେବ। ଏହା ପରେ ଅତିଥିମାନଙ୍କ ପାଇଁ ଏକ କାଶୀ ଭ୍ରମଣ କାର୍ଯ୍ୟକ୍ରମ ମଧ୍ୟ ହେବ ବୋଲି ଜଣାପଡିଛି।

 

Share