ନୂଆଦିଲ୍ଲୀ,୩ା୯: ଦିଲ୍ଲୀର ପ୍ରଗତି ମଇଦାନରେ ଆସନ୍ତା ୯ ଏବଂ ୧୦ ତାରିଖରେ ଜି ୨୦ ରାଷ୍ଟ୍ରଗୋଷ୍ଠୀର ନେତାମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ସୁରକ୍ଷାକୁ ଦୃଷ୍ଟିରେ ଭାରତୀୟ ରେଲଓ୍ବେ ଦିଲ୍ଲୀକୁ ଚଳାଚଳ କରିବାକୁ ଥିବା ୨୦୭ ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନ୍କୁ ସାମୟିକ ଭାବେ ବାତିଲ କରିଦେଇଛି।
ଏପରିକି ନୂଆଦିଲ୍ଲୀକୁ ଆସିବାକୁ ଓ ଛାଡ଼ିବାକୁ ଥିବା ୧୫ ଟ୍ରେନ୍ର ଟର୍ମିନାଲ ପରିବର୍ତ୍ତନ କରାଯାଇଛି। ଦିଲ୍ଲୀ ବାହାରେ ବିଭିନ୍ନ ସ୍ଥାନରେ ୭୦ ଯାତ୍ରୀବାହୀ ଟ୍ରେନ୍କୁ ଅତିରିକ୍ତ ରହଣି କରିବାକୁ ରେଲଓ୍ବେ ନିର୍ଦ୍ଦେଶ ଦେଇଛି। ଏହା ବ୍ୟତୀତ ୬ଟି ଯାତ୍ରୀବାହୀ ଟ୍ରେନ୍ର ରୁଟ୍ ପରିବର୍ତ୍ତନ କରାଯାଇଛି। ଡିଇଏମ୍ୟୁ ସମେତ ୩୬ଟି ପାସେଞ୍ଜର, ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନ୍ର ରୁଟ୍କୁ ସଂକ୍ଷିପ୍ତ କରାଯାଇଥିବା ଭାରତୀୟ ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି।