ଜି -୨୦ ସମ୍ମିଳନୀରେ ୟୁପିଆଇର ଚମତ୍କାରିତା ଦେଖିବ ଦୁନିଆ, ସମସ୍ତ ପ୍ରତିନିଧୀଙ୍କୁ ମିଳିବ ୧୦୦୦ ଟଙ୍କା

ନୂଆଦିଲ୍ଲୀ,୭।୦୯: ଦୁନିଆର ୨୦ଟି ବୃହତ ଅର୍ଥନୈତିକ ଶକ୍ତି ଭାରତରେ ଏକାଠି ହେବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଭାରତ ଜି -୨୦ ଆୟୋଜନ କରୁଛି ଏବଂ ବିଶ୍ୱର ବରିଷ୍ଠ ନେତାମାନେ ଏହି ସପ୍ତାହରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଯାଉଛନ୍ତି। ଭାରତ ଏହି ସୁଯୋଗକୁ ଅନେକ ଉପାୟରେ ପଞ୍ଜି ବିନିଯୋଗ କରିବାକୁ ଚେଷ୍ଟା କରୁଛି। ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଶିଖର ସମ୍ମିଳନୀକୁ ଆସୁଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ଦେଶର ଡିଜିଟାଲ ସାମର୍ଥ୍ୟ ବିଷୟରେ ଅବଗତ କରାଇବା।

କେନ୍ଦ୍ର ସରକାର ଯୋଜନା ହେଉଛି କି, ଏହି ସମୟରେ ଜି -୨୦ର ପ୍ରତିନିଧୀଙ୍କୁ ଭାରତର ଆଧାର, ଡିଜି ଲକର ଏବଂ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ପରି ଭାରତର ସଫଳତା ବିଷୟରେ ଜଣାଇବା। ରିପୋର୍ଟ ଅନୁଯାୟୀ, ସମ୍ମିଳନୀ ସମୟରେ ସମସ୍ତ ପ୍ରତିନିଧୀଙ୍କ ନିକଟକୁ ୟୁପିଆଇ ମାଧ୍ୟମରେ ଟଙ୍କା ପଠାଇବାକୁ ସରକାର ଯୋଜନା କରିଛନ୍ତି। ସମସ୍ତ ପ୍ରତିନିଧୀଙ୍କୁ ଏକ ହଜାର ଟଙ୍କା ଦେବାକୁ ଯୋଜନା ରହିଛି।

ରିପୋର୍ଟରେ ସରକାରୀ ବରିଷ୍ଠ ଅଧିକାରୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଯେ, ଦୁଇ ଦିନିଆ ଜି -୨୦ଶିଖର ସମ୍ମିଳନୀରେ ୧୦୦୦ରୁ ଅଧିକ ପ୍ରତିନିଧୀ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ସମସ୍ତ ସମ୍ଭାବ୍ୟ ପ୍ରତିନିଧୀଙ୍କ ପାଇଁ ସରକାର ୱାଲେଟ ତିଆରି କରାଯାଉଛି। ସମ୍ମିଳନୀ ସମୟରେ ପ୍ରତ୍ୟେକଙ୍କୁ ଏକ ହଜାର ଟଙ୍କା ୟୁପିଆଇରୁ ସମସ୍ତଙ୍କ ୱାଲେଟକୁ ସ୍ଥାନାନ୍ତର କରାଯିବ। ସମ୍ମିଳନୀ ସ୍ଥଳରେ ଥିବା ଷ୍ଟଲରୁ ସାମଗ୍ରୀ କିଣିବା ପାଇଁ ସେମାନେ ଏହି ଟଙ୍କା ବ୍ୟବହାର କରିପାରିବେ।

ଭାରତର ଡିଜିଟାଲ ପେମେଣ୍ଟ ବର୍ତ୍ତମାନ କେତେ ସହଜ ହୋଇଛି ତାହା ଅନ୍ୟ ଦେଶର ନେତା ତଥା ବରିଷ୍ଠ ଅଧିକାରୀମାନଙ୍କୁ ଜଣାଇବାକୁ ସରକାରଙ୍କ ଉଦ୍ୟମ। ଏହା ସେମାନଙ୍କୁ ଜଣାଇବ ଯେ ଭାରତ ବର୍ତ୍ତମାନ ଡିଜିଟାଲ ପେମେଣ୍ଟ କରୁଛି ଏବଂ ଡିଜିଟାଲ ପେମେଣ୍ଟ ଇଣ୍ଟରଫେସ କିପରି ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ସହାୟକ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ମଦ ବୋତଲରୁ ଏତେଟଙ୍କା ରୋଜଗାର କରନ୍ତି ସରକାର, ଜାଣିଲେ ଉଡିବ ହୋସ୍‌

ନୂଆଦିଲ୍ଲୀ,୨୭।୧୨: ଦେଶରେ ଟିକସ ଆଦାୟର ଏକ ସମ୍ପୂର୍ଣ୍ଣ ନେଟୱାର୍କ ରହିଛି। ଖାଦ୍ୟ ଠାରୁ ଆରମ୍ଭ କରି ରାସ୍ତାରେ ଚାଲିବା ପର୍ଯ୍ୟନ୍ତ ଆମେ ସରକାରଙ୍କୁ ଟିକସ ଦେଉ।...

୨୦୨୫ରେ ଅର୍ଥନୀତି ଅଭିବୃଦ୍ଧି ହାର ୬.୫% ଆକଳନ

ଭୁବନେଶ୍ୱର,୨୭ା୧୨(ଅନୁରାଧା ମହାରଣା):୨୦୨୫ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ପ୍ରାୟ ୬.୫% ହାରରେ ବୃଦ୍ଧି ପାଇବ। ଅର୍ଥ ମନ୍ତ୍ରଣାଳୟ ଏହାର ମାସିକ ସମୀକ୍ଷା ବୈଠକରେ ଏପରି ଆକଳନ...

କାରଦାତାଙ୍କ ପାଇଁ ଖୁସି ଖବର! ୧୫ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ ମିଳିପାରେ ଆଶ୍ବସ୍ତି

ନୂଆଦିଲ୍ଲୀ,୨୬ା୧୨: ଯେଉଁମାନେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଦେଉଛନ୍ତି ସେମାନଙ୍କୁ ସରକାର ଆଗାମୀ ବଜେଟରେ ଏକ ବଡ ଉପହାର ଦେଇପାରନ୍ତି। ସୂତ୍ରରୁ ପ୍ରକାଶ ଯେ...

Online Fuel Order: ଅଧାରାସ୍ତାରେ ଗାଡିରୁ ତେଲ ସରିଗଲେ ନୋ ଟେନଶନ, ଯେକୌଣସି ସ୍ଥାନରୁ ବି ଅର୍ଡର କରିପାରିବେ ପେଟ୍ରୋଲ

ଯାତ୍ରା ସମୟରେ ଅଧା ରାସ୍ତାରେ ଗାଡରୁ ତେଲ ସରିଗଲେ ଟେନଶନ ବଢିଯାଏ।ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ ନ ଥାଏ। ବାଇକ୍‌...

ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବେ ନୀତା

ମୁମ୍ବାଇ,୨୬।୧୨: ରିଲାଏନ୍ସ ଗ୍ରୁପ୍‌ର ସାମାଜିକ ପ୍ରତିଷ୍ଠାନ ତଥା ରିଲାଏନ୍ସ ଫାଉଣ୍ଡେଶନର ଚେୟାରମ୍ୟାନ୍‌ ନୀତା ଏମ୍‌ ଅମ୍ବାନୀ ୨ ଦିନିଆ ହାର୍ଭାର୍ଡ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବେ ବୋଲି...

ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା, ଇଣ୍ଡିଆ ପୋଷ୍ଟ ବନ୍ଦ କଲା ‘ବୁକ୍‌ ପୋଷ୍ଟ’ ସେବା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ପୋଷ୍ଟ ୧୮ ଡିସେମ୍ବର ୨୦୨୪ରେ ନିଜର ‘ବୁକ୍‌ ପୋଷ୍ଟ’ ସେବାକୁ ବନ୍ଦ କରି ପୁସ୍ତକ ପ୍ରେମୀଙ୍କ ସହ ପୁସ୍ତକ ବ୍ୟବସାୟୀଙ୍କୁ ବଡ଼ ଝଟ୍‌କା...

ଅକ୍ଟୋବରରେ ୯.୨୮ ବିଲିୟନ ଡଲାର କାରବାର

ଭୁବନେଶ୍ୱର,୨୫ା୧୨, (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅକ୍ଟୋବରରେ ସ୍ପଟ୍‌ ବୈଦେଶିକ ମୁଦ୍ରାବଜାରରେ ୯.୨୮ ବିଲିୟନ ଡଲାର ବିକ୍ରି କରିଛି। ମଙ୍ଗଳବାର ଆର୍‌ବିଆଇ ପକ୍ଷରୁ...

ପଞ୍ଚଟାଭାକୁ ଆଚିଭର୍ସ ଆଓ୍ବାଡର୍‌ସ

ନୂଆଦିଲ୍ଲୀ,୨୫।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଦିଲ୍ଲୀର ଅଗ୍ରଣୀ ଆଡ୍‌ ଏଜେନ୍ସି ପଞ୍ଚଟାଭା ଆଡଭର୍ଟାଇଜିଂକୁ ନିକଟରେ ଆଉ ଏକ ଜାତୀୟସ୍ତର ସମ୍ମାନ ‘ଆଚିଭର୍ସ ଆଓ୍ବାର୍ଡ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri