ଆଫ୍ରିକୀୟ ସଂଘକୁ ଜି-୨୦ରେ ସାମିଲ କରିବା ପାଇଁ ଚାଇନା କଲା ସମର୍ଥନ

ବେଜିଂ,୭।୯: ଆଫ୍ରିକୀୟ ସଂଘ(ଏୟୁ)କୁ ଜି-୨୦ରେ ସାମିଲ କରିବାକୁ ନେଇ ଚାଇନା ଗୁରୁବାର ନିଜର ସମର୍ଥନ ଜଣାଇଛି। ଏଥିସହ ସେ କହିଛି, ଜି -୨୦ରେ ଆଫ୍ରିକୀୟ ବ୍ଲକକୁ ସାମିଲ କରିବା ପାଇଁ ସମର୍ଥନ କରୁଥିବା ଏହା ପ୍ରଥମ ଦେଶ।

ଏହା ପୂର୍ବରୁ ଏକ ସାକ୍ଷାତକାର ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ୨୦ଟି ବୃହତ ଅର୍ଥନୀତିର ସମୂହରେ ଆଫ୍ରିକୀୟ ସଂଘକୁ ସମ୍ପୂର୍ଣ୍ଣ ସଦସ୍ୟ ଭାବରେ ସାମିଲ କରିବାକୁ ଭାରତ ସମର୍ଥନ କରେ, କାରଣ ସମସ୍ତ ଦେଶର ପ୍ରତିନିଧିତ୍ୱ ଏବଂ ସ୍ବୀକୃତି ବିନା କୌଣସି ଯୋଜନା ସଫଳ ହୋଇପାରିବ ନାହିଁ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି ଯେ, ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଏୟୁକୁ ସାମିଲ କରାଯିବ। ଏହାକୁ ସମର୍ଥନ କରୁଥିବା ପ୍ରଥମ ଦେଶ ହେଉଛି ଚାଇନା।

Share