ବିଶ୍ୱ ପାଞ୍ଚ ଦେଶଠାରୁ ବହୁତ ବଡ, ଆମେ ଗର୍ବ କରିବୁ ଯଦି ଭାରତ ୟୁଏନଏସସିର ସ୍ଥାୟୀ ସଦସ୍ୟ ହେବ’, ତୁର୍କୀ ରାଷ୍ଟ୍ରପତି

ଅଙ୍କାରା,୧୧।୯: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ଭାରତର ସ୍ଥାୟୀ ସଦସ୍ୟତା ଉପରେ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଦଗାନ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ ଯଦି ଭାରତକୁ ୟୁଏନଏସସିର ସ୍ଥାୟୀ ସଦସ୍ୟ କରାଯାଏ ତେବେ ତାଙ୍କ ଦେଶ ଗର୍ବି ଅନୁଭବ କରିବ। ଏଥିସହ ସେ କହିଛନ୍ତି ଯେ ସମସ୍ତ ସ୍ଥାୟୀ ସଦସ୍ୟଙ୍କୁ ପର୍ଯ୍ୟାୟ କ୍ରମେ ସୁରକ୍ଷା ପରିଷଦର ସଦସ୍ୟ ହେବାର ସୁଯୋଗ ଦିଆଯିବା ଉଚିତ। ମିଡିଆ ବ୍ୟକ୍ତିବିଶେଷଙ୍କ ପ୍ରଶ୍ନର ଉତ୍ତର ଦେବାବେଳେ ସେ ଏହି କଥା କହିଥିଲେ।
ବର୍ତ୍ତମାନ ସୁରକ୍ଷା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟ ଅଛନ୍ତି, ଯେଉଁଥିରେ ଚାଇନା, ଫ୍ରାନ୍ସ, ରୁଷିଆ, ବ୍ରିଟେନ ଏବଂ ଆମେରିକା ଅନ୍ତର୍ଭୁକ୍ତ। ଏହି ପାଞ୍ଚଟି ଦେଶ ବିଷୟରେ ଉଲ୍ଲେଖ କରି ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ଏହି ପାଞ୍ଚଟି ଦେଶ ଅପେକ୍ଷା ବିଶ୍ୱ ବହୁତ ବଡ। ତୁର୍କୀ ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ ଯଦି ଭାରତ ଭଳି ଦେଶକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ କରାଗଲେ ଆମେ ଗର୍ବ ଅନୁଭବ କରିବୁ। କାଶ୍ମୀର ଭଳି ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରୁଥିବା ଏରଦଗନଙ୍କ ମୁହଁରୁ ଏହି କଥା ଶୁଣି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Share