Categories: ଜାତୀୟ

ଆଫ୍ରିକାନ ୟୁନିୟନକୁ ସ୍ଥାୟୀ ସଦସ୍ୟତା

ନୂଆଦିଲ୍ଲୀ,୯।୯: ବର୍ତ୍ତମାନଠାରୁ ଜି-୨୦କୁ ଜି-୨୧ କୁହାଯିବ। ଆଫ୍ରିକୀୟ ୟୁନିୟନର ସ୍ଥାୟୀ ସଦସ୍ୟତା ପରେ ଏହା ବଦଳିଯାଇଛି। ଭାରତ ଗ୍ଲୋବାଲ ସାଉଥର ଲିଡର ଭାବରେ ନିଜକୁ ପ୍ରତିଷ୍ଠିତ କରିଛି। ଆଫ୍ରିକୀୟ ୟୁନିୟନରେ ୫୫ ଟି ଦେଶ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଫ୍ରିକୀୟ ୟୁନିୟନକୁ ଜି-୨୦ ର ସ୍ଥାୟୀ ସଦସ୍ୟତା ଦିଆଯିବାକୁ ଆମେ ପ୍ରସ୍ତାବ ଦେଇଥିଲୁ। ମୁଁ ନିଶ୍ଚିତ ଯେ ଆପଣ ସମସ୍ତେ ଏଥିରେ ସହମତ ଅଟନ୍ତି। ଆପଣଙ୍କ ସମ୍ମତି ସହିତ, ପରବର୍ତ୍ତୀ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମୁଁ ଆଫ୍ରିକୀୟ ୟୁନିୟନକୁ ସଦସ୍ୟ ଭାବରେ ନିମନ୍ତ୍ରଣ କରୁଛି।
ଜି -୨୦ର ସ୍ଥାୟୀ ସଦସ୍ୟ ହେବା ପରେ କୋମୋରୋସ ୟୁନିୟନର ଅଧ୍ୟକ୍ଷ ତଥା ଆଫ୍ରିକୀୟ ୟୁନିୟନ(ଏୟୁ)ର ଚେୟାରମ୍ୟାନ ଅଂଜାଲି ଅସୋମାନି ତାଙ୍କ ସ୍ଥାନ ଗ୍ରହଣ କରିଥିଲେ। ଆଫ୍ରିକୀୟ ୟୁନିୟନ ଅନ୍ତର୍ଭୁକ୍ତ ହେବା ପରେ, ବର୍ତ୍ତମାନଠାରୁ ଜି-୨୦କୁ ଜି-୨୧ କୁହାଯିବ।

Share