Categories: ଜାତୀୟ

ପ୍ରଗତି ମଇଦାନରେ ଅତିଥିଙ୍କ ଉପରେ ନଜର ରଖିବ ଆଇଏଏଫ୍‌ର ୨୪ ହେଲିକପ୍ଟର

ନୂଆଦିଲ୍ଲୀ,୭।୯: ୧୮ତମ ଜି -୨୦ ଶିଖର ସମ୍ମିଳନୀରେ ଯୋଗଦେଉଥିବା ବିଦେଶୀ ଅତିଥିମାନଙ୍କ ପାଇଁ ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କରିଛନ୍ତି। ଯେତେବେଳେ ପ୍ରଗତି ମଇଦାନସ୍ଥିତ ଆୟୋଜନସ୍ଥଳରେ ସମସ୍ତ ଅତିଥି ଏକାଠି ହେବେ, ସେତେବେଳେ ଭୂମି ଏବଂ ବାୟୁ ସୁରକ୍ଷା ପାଇଁ ଏନ୍‌ଏସ୍‌ଜି ସ୍ବତନ୍ତ୍ର ସ୍ନାଇପରମାନେ ପ୍ରସ୍ତୁତ ରହିବେ। ଏହି ସ୍ନାଇପରର ଏହି ଗ୍ରୁପ୍‌, ବାୟୁସେନାର ୨୪ ହେଲିକପ୍ଟରରେ ଚଢି ୫ କିଲୋମିଟର ଅଞ୍ଚଳ ପଯ୍ୟନ୍ତ ନଜର ରଖିବେ।

ଯଦି କୌଣସି ଜରୁରୀକାଳୀନ ସ୍ଥିତିରେ ହେଲିକପ୍ଟରକୁ ଆୟୋଜନସ୍ଥଳରେ ଅବତରଣ କରିବାର ଆବଶ୍ୟକତା ଥାଏ, ତେବେ ସେଥିପାଇଁ ଏକ ହେଲିପ୍ୟାଡ ପ୍ରସ୍ତୁତ କରାଯାଇଛି । ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି)ର ସ୍ବତନ୍ତ୍ର ସ୍ନାଇପର କମାଣ୍ଡୋ ବିଦେଶୀ ଅତିଥିମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ମଲ୍ଟିଲେୟର ସୁରକ୍ଷା ବ୍ୟବସ୍ଥାର ଏକ ଅଂଶ ହେବ। ନୂଆଦିଲ୍ଲୀରେ ବିଦେଶୀ ଅତିଥିମାନଙ୍କ ପାଇଁ ୫ ସ୍ତରୀୟ ସୁରକ୍ଷା ପ୍ରସ୍ତୁତ କରାଯାଇଛି। ପ୍ରତି ୧୦୦ ମିଟରରେ କମାଣ୍ଡୋ ନିୟୋଜିତ କରାଯାଇଛି, ଯେଉଁଠାରେ ବିଦେଶୀ ଅତିଥିମାନେ ରହିବେ।

Share