Categories: ଜାତୀୟ

କଂଗ୍ରେସକୁ ଆଶ୍ୱସ୍ତି, ଚିନ୍ତନ ଶିବିରରେ ଜି୨୩ର ସମସ୍ତ ସମସ୍ୟାର ସମାଧାନ!

ନୂଆଦିଲ୍ଲୀ,୧୫ ।୫: ଏବେ ବୁଡିଯାଉଥିବା ଡଙ୍କାକୁ କୂଳରେ ଲଗାଇବାକୁ ଚେଷ୍ଟା କରୁଛି କଂଗ୍ରେସ । ବେଶ କିଛି ବର୍ଷ ହେବ ପ୍ରାୟ ସମସ୍ତ ନିର୍ବାନରେ ଶୋଚନୀୟ ପରାଜୟ ପରେ ଏବେ ଦଳକୁ ମଜଭୁତ ଚିନ୍ତା କରାଯାଇଛି । ସେଥିପାଇଁ ରାଜସ୍ଥାନର ଉଦୟପୁରରେ ଶୁକ୍ରବାରଠାରୁ ୩ ଦିନିଆ ଚିନ୍ତନ ଶିବିରର ଆୟୋଜନ କରାଯାଇଛି । ଏହି ଶିବିରରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ପ୍ର୍ରାୟ ୪୩୦ ପ୍ରତିନିଧି ଯୋଗ ଦେଇଛନ୍ତି । ତେବେ ଏହି ଚିନ୍ତନ ଶିବିରକୁ ନେଇ ମିଳିଥିବା ବିଶେଷ ସୂଚନା ଅନୁଯାୟୀ କଂଗ୍ରେସର ଅସନ୍ତୁଷ୍ଟ ଜି୨୩ ନେତାଙ୍କ ସମସ୍ତ ପ୍ରସ୍ତାବକୁ କୁଆଡେ ପ୍ରାଧାନ୍ୟ ଦିଆଯାଉଛି । ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଜି୨୩ର ସମସ୍ତ ପ୍ରସ୍ତାବକୁ ଗୁରୁତ୍ୱ ଦିଆଯାଇ ଦଳରେ ଜରୁରୀ ପରିବର୍ତ୍ତନ କରାଯାଉଛି ।
କଂଗ୍ରେସ ପାଇଁ ଏହା ସବୁଠାରୁ ବଡ ଆଶ୍ୱସ୍ତି ବୋଲି କୁହାଯାଉଛି । କାରଣ କଂଗ୍ରେସ ପାିଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା ଯେ ସେ କିପରି ତା’ର ବରିଷ୍ଠ ଅସନ୍ତୁଷ୍ଟ ନେତାଙ୍କୁ ମନାଇବ ।
ସୂଚନାଯୋଗ୍ୟ, ଏହି ଚିନ୍ତନ ଶିବିରରେ ଯୋଗ ଦେବାକୁ ଜି୧୨୩ର ସଦସ୍ୟ ଗୁଲାମ ନବି ଆଜାଦ, କପିଲ ଶିବଲ, ଆନନ୍ଦ ଶର୍ମା, ଶଶି ଥରୁର, ମନିଷ ତିୱାରୀ ଓ ଅଖିଳେଶ ପ୍ରସାଦ ସିଂଙ୍କ ସମେତ ସମସ୍ତ ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ କେବଳ କପିଲ ଶିବଲଙ୍କୁ ଛାଡିଦେଲେ ସମସ୍ତ ସଦସ୍ୟ ଏହି ଶିବିରରେ ଯୋଗ ଦେଇଛନ୍ତି ।

Share