ଭାରତ, ଜାପାନ ସମେତ ୪ ଦେଶ ୟୁଏନଏସସି ସୁଧାର ଉପରେ କଲେ ଗୁରୁତ୍ୱାରୋପ

ନୁୟର୍କ,୨୨।୯: ମିଳିତ ଜାତିସଂଘ ମହାସଭା(ୟୁଏନଜିଏ)ର ୭୮ତମ ଅଧିବେଶନରେ ଜି -୪ଦେଶର ବୈଦେଶିକ ମନ୍ତ୍ରୀମାନଙ୍କର ସେପ୍ଟେମ୍ବର ୨୧ରେ ସାକ୍ଷାତ ହୋଇଛି। ଏହି ସମୟ ମଧ୍ୟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ରେ ସୁଧାରକୁ ନେଇ ଆଲୋଚନା ହୋଇଛି।

ଜି -୪ର ଯେଉଁ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଛି ସୋମନଙ୍କ ମଧ୍ୟରେ ବ୍ରାଜିଲର ବୈଦେଶିକ ମନ୍ତ୍ରୀ ମୌରା ଭିଏରା, ଜର୍ମାନ ବୈଦେଶିକ ମନ୍ତ୍ରୀ ଆନ୍ନାଲେନା ବେରବକ, ଜାପାନର ବୈଦେଶିକ ମନ୍ତ୍ରୀ ୟୋକୋ କାମିକାୱା ଏବଂ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଉପ ମନ୍ତ୍ରୀ ସଞ୍ଜୟ ବର୍ମା ସାମିଲ ଥିଲେ।

୪ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଅନେକ ଜଟିଳ ସଙ୍କଟ ଯୋଗୁ ବହୁପକ୍ଷୀୟତା ଗୁରୁତ୍ୱପୂର୍ଣ୍ଣ ଚାପରେ ରହିଛି। ଏହା ବ୍ୟତିତ ସେମାନେ ସହମତ ହୋଇଛନ୍ତି କି ସମସାମୟିକ ବିଶ୍ୱ ସ୍ତରୀୟ ଆହ୍ବାନକୁ ପ୍ରଭାବଶାଳୀ ଏବଂ ଠିକ ସମୟରେ ସମାଧାନ କରିବାରେ ୟୁଏନଏସସର ଅକ୍ଷମତା ଏହାର ବ୍ୟାପକ ସୁଧାରକୁ ଜରୁରୀ ଆବଶ୍ୟକତାକୁ ଗୁରୁତ୍ୱ ଦେଇଥାଏ, ଯାହା ଦ୍ୱାରା ଏହା ସମସାମୟିକ ଭୌଗୋଳିକ ବାସ୍ତବତାକୁ ଭଲ ଭାବରେ ପ୍ରତିଫଳିତ କରିପାରିବ।

Share