ଜି୬ ହସ୍ପିଟାଲିଟିକୁ ଅଧିଗ୍ରହଣ କରିବ ଓରାଭେଲ ଷ୍ଟେଜ

ନୂଆଦିଲ୍ଲୀ,୮।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଓରାଭେଲ ଷ୍ଟେଜ୍‌ ଏବଂ ଜି୬ ହସ୍ପିଟାଲିଟି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଏହା ଏକ ନଗଦ କାରବାର (ଟ୍ରାଞ୍ଜାକ୍ସନ) ମଧ୍ୟରେ ସହଭାଗିତା ହୋଇଥିଲାବେଳେ ପ୍ରାୟ ୫୨୫ ମିଲିୟନ ଡଲାର ମୂଲ୍ୟରେ ବ୍ଲାକ୍‌ ଷ୍ଟୋନ୍‌ ରିଅଲ ଇଷ୍ଟେଟଠାରୁ ଆଇକନିକ ମୋଟେଲ-୬ ଓ ଷ୍ଟୁଡିଓ-୬ ବ୍ରାଣ୍ଡ୍‌ର ଅଗ୍ରଣୀ ଇକୋନୋମି ଲଜିଙ୍ଗ ଫ୍ରାଞ୍ଚାଇଜର ଏବଂ ପ୍ୟାରେଣ୍ଟ କମ୍ପାନୀ ଜି୬ ହସ୍ପିଟାଲିଟିକୁ ଅଧିଗ୍ରହଣ କରିବା ପାଇଁ କମ୍ପାନୀ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି ବୋଲି ଗ୍ଲୋବାଲ ଟ୍ରାଭେଲ ଟେକ୍ନୋଲୋଜି କମ୍ପାନୀ ଓୟୋ’ର ପ୍ୟାରେଣ୍ଟ କମ୍ପାନୀ ଓରାଭେଲ ଷ୍ଟେଜ୍‌ ନିକଟରେ ଘୋଷଣା କରିଛି। ସେହିଭଳି ଏହି କାରବାର (ଡିଲ୍‌)କୁ ଓଡ଼ିଶାର ବରଗଡ଼ ଜିଲା ବାସିନ୍ଦା ଏବଂ ଓୟୋର ଗ୍ରୁପ ଜେନେରାଲ କାଉନସେଲ ରାକେଶ ପୃଷ୍ଟି ସଫଳତାର ସହ ପରିଚାଳନା ଏବଂ ଯିଏକି ଚୁକ୍ତିପୂର୍ବ ଆଲୋଚନା ଓ ଚୁକ୍ତିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓୟୋର ଅନ୍ୟାନ୍ୟ ଲିଡରଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯାହା ୟୁଏସ୍‌ରେ ଓୟୋର ଉପସ୍ଥିତିକୁ ଆହୁରି ସୁଦୃଢ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଏ ସମ୍ପର୍କରେ ଓୟୋର ଗ୍ରୁପ୍‌ ଜେନେରାଲ କାଉନସେଲ ରାକେଶ ପୃଷ୍ଟି କହିଛନ୍ତି, ଏହା ଓୟୋ ପାଇଁ ଏକ ବଡ ସଫଳତା ହୋଇଥିଲାବେଳେ ଆମେ ଆମେରିକୀୟ ବଜାରକୁ ଆମର ନିଜସ୍ବ ଆତିଥ୍ୟ ଅନୁଭୂତି ଆଣିବା ପାଇଁ ଲକ୍ଷ୍ୟ ରଖିଛୁ। ଏପରିକି ମୋଟେଲ୬ର ଆମେରିକା ଓ କାନାଡାରେ ଭଲ ଉପସ୍ଥିତି ରହିଛି। ଏହି ସହଭାଗିତା ଭ୍ରମଣକାରୀଙ୍କ ଆବଶ୍ୟକତାକୁ ଉତ୍ତମ ଭାବେ ପୂରଣ କରିବାରେ ଆମକୁ ସାହାଯ୍ୟ କରିବ, ଯାହା ସେମାନଙ୍କୁ ଉନ୍ନତ ସୁବିଧା ଓ ସୁଲଭତା ପ୍ରଦାନ କରିବ। ସେହିଭଳି ଏହି ସହଭାଗିତା ମାଧ୍ୟମରେ ଓୟୋ ନିଜର ଟେକ୍ନୋଲୋଜି, ପରିଚାଳନାଗତ ଦକ୍ଷତା ଓ ପ୍ରିମିୟମ ଗେଷ୍ଟ ଏକ୍ସପେରିଏନ୍ସ ମଡେଲକୁ ମୋଟେଲ ୬ର ସମ୍ପତ୍ତିଗୁଡିକରେ ଏକତ୍ରିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରେଡିଟ୍ କାର୍ଡ ଉପରେ ଫି ବଢ଼ାଇଲା ଏସବିଆଇ: ଏହି ତାରିଖରୁ ହେବ ଲାଗୁ

ନୂଆଦିଲ୍ଲୀ,୮।୧୦: ଖୁବଶୀଘ୍ର ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର କ୍ରେଡିଟ୍ କାର୍ଡ ସର୍ଭିସ ଉପରେ ଫି ବଢାଇବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ୟୁଟିଲିଟି ବିଲ୍ ପେମେଣ୍ଟ ଏବଂ...

ନଭେମ୍ବର ୧୫ରେ ସରିବ ପିଜିଡିଏସ୍‌ର ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର,୮।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରଶିପ୍‌ (ପିଜିଡିଏସ୍‌) ର ୨୦ତମ ସଂସ୍କରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ନିବେଶକ ହରାଇଲେ ୯ଲକ୍ଷ କୋଟି

ମୁମ୍ବାଇ,୮।୧୦: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ସାଙ୍ଗକୁ ଦରବୃଦ୍ଧି ଜନିତ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ପୁଞ୍ଜି ବଜାର କାରବାର ଉପରେ ପଡୁଛି। ଫଳରେ ଘରୋଇ ଶେୟାର ବଜାରର ନିବେଶକମାନେ...

ବେଦାନ୍ତ ପକ୍ଷରୁ ଜାତୀୟ ପୋଷଣ ମାସ

ଭୁବନେଶ୍ୱର,୮।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ ପୋଷଣ ମାସ ନିକଟରେ ପାଳିତ ହୋଇଯାଇଛି। ଏପରିକି ଏହା ସମ୍ପୂର୍ଣ୍ଣ...

ଡ୍ରିମ୍‌ସରେ ହ୍ୟୁଣ୍ଡାଇ ମୋଟର୍ସର କ୍ୟାମ୍ପସ ଚୟନ

ଭୁବନେଶ୍ୱର,୮।୧୦ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ଶିଳ୍ପ ତାଲିମ କେନ୍ଦ୍ର (ଡ୍ରିମ୍‌ସ ଆଇଟିଆଇ)ର ସଂଖ୍ୟାଧିକ ଛାତ୍ର ରେକର୍ଡସଂଖ୍ୟକ କ୍ୟାମ୍ପସ ନିଯୁକ୍ତି...

ସଚିନ ବିଓବିର ଗ୍ଲୋବାଲ ବ୍ରାଣ୍ଡ୍‌ ଆମ୍ବାସାଡର

ନୂଆଦିଲ୍ଲୀ,୮।୧୦: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ଗ୍ଲୋବାଲ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ କିମ୍ବଦନ୍ତୀ କ୍ରିକେଟିୟର ସଚିନ ତେନ୍ଦୁଲକରଙ୍କୁ ଚୟନ କରାଯାଇଛି। ଏପରିକି ସଚିନଙ୍କୁ ନେଇ ବ୍ୟାଙ୍କ ପକ୍ଷରୁ...

ପୁଣି ରେକର୍ଡ ଭାଙ୍ଗିଲା ସୁନା ମୂଲ୍ୟ: ଖୁବଶୀଘ୍ର ପାର କରିଯିବ ୮୦ ହଜାର

ମୁମ୍ବାଇ,୭।୧୦: ବଢିଚାଲିଛି ସୁନା ଦାମ୍। ସୋମବାର ପୁଣି ରେକର୍ଡ ଭାଙ୍ଗିଛି ସୁନା ମୂଲ୍ୟ। ସୋମବାର ସୁନା ମୂଲ୍ୟରେ ୨୫୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମକୁ...

ଯୁଦ୍ଧ ପରେ ଚାଇନା ପ୍ରଭାବ: ତଳମୁହାଁ ଭାରତୀୟ ପୁଞ୍ଜି ବଜାର, ଲକ୍ଷାଧିକ କୋଟି ଟଙ୍କା ହରାଇଲେଣି ନିବେଶକ

ମୁମ୍ବାଇ,୭।୧୦: ମଧ୍ୟପ୍ରାଚ୍ୟ ବଡ଼ ଯୁଦ୍ଧାମୁହାଁ ହେଉଥିବା ବେଳେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପ୍ରଭାବରେ ଆମେରିକା, ୟୁରୋପ ସମେତ ଏସିଆ ପୁଞ୍ଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri