ଆଡଭାନ୍ସ ବୁକିଂରେ ରେକର୍ଡ କରୁଛି ‘ଗଦର-୨’

ମୁମ୍ବାଇ: ଦର୍ଶକମାନେ ୨୨ବର୍ଷ ଧରି ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଗଦର’ର ଦ୍ୱିତୀୟ ଭାଗକୁ ଅପେକ୍ଷା କରି ରହିଛନ୍ତି। ଯାହା ବର୍ତ୍ତମାନ ଏହି ମାସରେ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଫିଲ୍ମର ରିଲିଜ ପାଇଁ ୭ଦିନ ବାକି ଥିବା ବେଳେ ଆଡଭାନ୍ସ ବୁକିଂରେ ରେକର୍ଡ କରୁଛି।

ରବିବାର ଠାରୁ ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କ ଅଭିନୀତ ‘ଗଦର-୨’ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି। ମୁଭିମ୍ୟାକ୍ସରେ ଏହି ଚଳଚ୍ଚିତ୍ର ପାଇଁ ଏ ପର୍ଯ୍ୟନ୍ତ ୧୯୮୫ ଟିକେଟ୍‌ ବିକ୍ରି ହୋଇଥିବାବେଳେ ମିରାଜ ସିନେମାରେ ଏ ପର୍ଯ୍ୟନ୍ତ ୨୫୦୦ ଟିକେଟ୍‌ ବିକ୍ରି ହୋଇସାରିଛି। ଏଥି ସହିତ, ସିନେପୋଲିସ ଏ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର ପାଇଁ ୩୯୦୦ ଟିକେଟ୍‌ ବିକ୍ରି କରିଛି। ହେଲେ ପିଭିଆର ଏବଂ ଆଇନକ୍ସ ଏ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ରର ଆଡଭାନ୍ସ ବୁକିଂ ଆରମ୍ଭ କରିନାହାଁନ୍ତି ।

Share