ବକ୍ସ ଅଫିସରେ ସୁନାମି: ଖୁବ୍‌ଶୀଘ୍ର ୩୦୦ କୋଟି ଛୁଇଁବ…

ବମ୍ବେ: ବ୍ୟବସାୟରେ ରେକର୍ଡ କରୁଛି ‘ଗଦର ୨’। ଦର୍ଶକଙ୍କ ଭଲପାଇବା ମିଳୁଥିବାରୁ ଫିଲ୍ମଟି ରିଲିଜ ଦିନଠାରୁ ଭଲ କଲେକ୍ସନ କରୁଛି। ମାତ୍ର ୬ ଦିନରେ ଏହା ୨୫୦ କୋଟି କ୍ଲବରେ ସାମିଲ ହୋଇଥିଲା। ଏବେ ସପ୍ତମ ଦିନର ବ୍ୟବସାୟ ବିବରଣୀ ସାମ୍ନାକୁ ଆସିଛି। ଫିଲ୍ମ ୨୩ କୋଟି ଅଧିକ ରୋଜଗାର କରିବା ଯୋଗୁ ମୋଟ ବ୍ୟବସାୟ ୨୮୪.୩୫କୋଟିରେ ପହଞ୍ଚିଛି। ଯଦି ଏଭଳି ସ୍ଥିତି ରୁହେ ତେବେ ଚଳିତ ସପ୍ତାହ ଶେଷ ସୁଦ୍ଧା ଫିଲ୍ମ ୩୦୦ କୋଟି ରୋଜଗାର କରିବା ନିଶ୍ଚିତ ବୋଲି କୁହାଯାଉଛି।

କହିରଖୁଛୁ, ଅଗଷ୍ଟ ୧୧ରେ ‘ଗଦର ୨’ ରିଲିଜ ହୋଇଥିଲା। ରିଲିଜ ଦିନ ଏହା ଭଲ ଓପନିଂ କରିଥିଲା। ହେଲେ ଅଗଷ୍ଟ ୧୫ରେ ଏହା ସବୁଠାରୁ ଅଧିକ କଲେକ୍ସନ କରିଛି। ଫଳରେ ଫିଲ୍ମ ଅନେକ ରେକର୍ଡ ଭାଙ୍ଗୁଛି। ସୁପରଷ୍ଟାର ଶାହାରୁଖ ଖାଁଙ୍କ ‘ପଠାନ୍‌’କୁ ମଧ୍ୟ ଏହା ପଛରେ ପକାଇଛି। କଳାକାରଙ୍କ ବିଷୟରେ କଥା ହେଲେ ଏଥିରେ ସନ୍ନି ଦେଓଲଙ୍କ ସହ ଅମିଷା ପଟେଲ, ସିମରତ କୌର, ଉତ୍କର୍ଷ ଶର୍ମା ଏବଂ ମନୀଷ ବାଧବା ପ୍ରମୁଖ ଭୂମିକାରେ ଅଛନ୍ତି। ଅନୀଲ ଶର୍ମା ଏହାର ନିର୍ଦ୍ଦେଶନା ଦେଇଛନ୍ତି।

Share