‘ପଠାନ’ ରେକର୍ଡ ଭାଙ୍ଗିଲା ‘ଗଦର-୨’

ଅଭିନେତା ସନ୍ନି ଦେଓଲଙ୍କ ବହୁ ପ୍ରତୀକ୍ଷିତ ମସାଲା ଆକ୍ସନ ଏଣ୍ଟରଟେନର୍‌ ‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ପରଦାରେ ତାରା-ସାକିନାଙ୍କ ଯୋଡିକୁ ଦେଖି ପ୍ରଶଂସକମାନେ ଖୁସି ଅଛନ୍ତି। ଦର୍ଶକ ଫିଲ୍ମକୁ ବହୁତ ଭଲ ପାଇବା ଦେଇଛନ୍ତି। ‘ଗଦର ୨’ ଉଦଘାଟନୀ ସପ୍ତାହରେ ୨୦୨୩ ମେଗା ବ୍ଲକବଷ୍ଟର ଚଳଚ୍ଚିତ୍ର ‘ପଠାନ’ ଏବଂ ‘ବାହୁବଳୀ’ର ରେକର୍ଡ ଭାଙ୍ଗିଛି।
୨୦୦୧ରେ ଆସିଥିବା ‘ଗଦର ଏକ ପ୍ରେମ କଥା’ର ୨୨ ବର୍ଷ ପରେ ଏହାର ସିକ୍ୱେଲ ‘ଗଦର ୨ ’ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରୁ ଥିଏଟରରେ ବହୁ ଦର୍ଶକଙ୍କୁ ଆକର୍ଷିତ କରୁଛି। ପ୍ରଥମ ଦିନରେ ଫିଲ୍ମ ୪୦.୧୦ କୋଟି ଟଙ୍କା ରୋଜଗାର କରିଥିବାବେଳେ ଦ୍ୱିତୀୟ ଦିନରେ ୪୩.୦୮ କୋଟି ଟଙ୍କା ଏବଂ ତୃତୀୟ ଦିନରେ ୪୯.୫୦ ରୁ ୫୧.୫୦ କୋଟି ରୋଜଗାର କରିଛି।
ତିନି ଦିନରେ ମୋଟ ୧୩୪ କୋଟି ଟଙ୍କା ରୋଜଗାର କରିଛି। ଏହାସହିତ ‘ଗଦର ୨’ ‘ପଠାନ’ ଏବଂ ‘ବାହୁବଲୀ’ର ରେକର୍ଡ ଭାଙ୍ଗିଛି। ପଠାନ ତୃତୀୟ ଦିନରେ ୩୯ କୋଟି ରୋଜଗାର କରିଥିଲା। କେଜିଏଫ ତୃତୀୟ ଦିନରେ ୫୦.୩୦ କୋଟି ସଂଗ୍ରହ କରିଥିଲା ।
ବାହୁବଳୀ ତୃତୀୟ ଦିନରେ ୪୬.୫ କୋଟି ରୋଜଗାର କରିଥିଲେ। ତୃତୀୟ ଦିନରେ ଟାଇଗର ଜିନ୍ଦା ହୈ ୪୫.୫୩ କୋଟି ରୋଜଗାର କରିଥିଲା।

Share