୨୦୦ କୋଟି କ୍ଲବରେ ‘ଗଦର ୨’

ବମ୍ବେ: ବକ୍ସ ଅଫିସରେ ଧମାଲ କରୁଛି ‘ଗଦର ୨’। ସନ୍ନି ଦେଓଲ ଏବଂ ଅମିଶା ପଟେଲ ଅଭିନୀତ ଏହି ଫିଲ୍ମ ବ୍ୟବସାୟରେ ରେକର୍ଡ କରୁଛି। ମଙ୍ଗଳବାର ଛୁଟିଦିନ ଥିବାରୁ ଏହା ୫୫.୪୦ କୋଟି ରୋଜଗାର କରିଛି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ଏଭଳି ବ୍ୟବସାୟ ଯୋଗୁ ଫିଲ୍ମ ଇତିହାସ ରଚିଛି। ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶଙ୍କ ମୁତାବିକ ‘ଗଦର ୨’ ରିଲିଜର ପାଞ୍ଚ ଦିନରେ ୨୨୮.୯୮ କୋଟି ରୋଜଗାର କରିଛି।

୨୦୦ କୋଟି କ୍ଲବରେ ସାମିଲ ହେବା ପରେ ଫିଲ୍ମ ନିର୍ମାତା, ଷ୍ଟାରକାଷ୍ଟ ଏବଂ ପ୍ରଶଂସକ ଖୁସିବ୍ୟକ୍ତ କରୁଛନ୍ତି। ଫିଲ୍ମଟି ବ୍ଲକବଷ୍ଟର ସିନେମା ହେବା ଦିଗରେ ଅଗ୍ରଗତି କରୁଛି। ଏହା ସନି ଦେଓଲଙ୍କ କ୍ୟାରିୟର ଲାଗି ସଞ୍ଜିବନୀ ହେବ ବୋଲି କୁହାଯାଉଛି।

Share