ଓପନିଙ୍ଗ୍‌ ଡେ’ରେ ଦମ୍‌ଦାର ଆୟ କରିପାରେ ‘ଗଦର-୨’

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ ରିଲିଜ ପାଇଁ ପ୍ରସ୍ତୁତ ଏବଂ ନିର୍ମାତାଙ୍କ ସମେତ ସମସ୍ତେ ଆଶା କରୁଛନ୍ତି ଯେ, ଅଗଷ୍ଟ ୧୧ରେ ପରଦାକୁ ଆସୁଥିବା ଏହି ଫିଲ୍ମ ବକ୍ସ ଅଫିସରେ ଧମାକାଦାର ଆୟ କରିବ। ଫିଲ୍ମର ଟ୍ରେଲର ରିଲିଜ୍‌ ଠାରୁ ଆରମ୍ଭ କରି ଆଡଭାନ୍ସ ବୁକିଂ ପର୍ଯ୍ୟନ୍ତ ‘ଗଦର-୨’ର ଚର୍ଚ୍ଚାରେ ରହିଛି। ‘ଗଦର-୨’ ପାଇଁ ଅଗଷ୍ଟ ୯ ରାତି ପର୍ଯ୍ୟନ୍ତ ୩,୯୧,୯୭୫ ଟିକେଟ ଆଡଭାନ୍ସ ବୁକିଂ କରାଯାଇଛି ଏବଂ ନିର୍ମାତାମାନେ ଫିଲ୍ମ ରିଲିଜ୍‌ ପରେ ଏହାର ସଂଗ୍ରହକୁ ଅପେକ୍ଷା କରିଛନ୍ତି।

‘ଗଦର ୨’ର ଆଡଭାନ୍ସ ବୁକିଂ ବ୍ରହ୍ମାସ୍ତ୍ରକୁ ଟକ୍କର ଦେଉଛି ଏବଂ ‘ପଠାନ’ ପରେ ଚଳିତ ବର୍ଷର ଦ୍ୱିତୀୟ ସର୍ବୋଚ୍ଚ ଆଡଭାନ୍ସ ବୁକିଂ ଚଳଚ୍ଚିତ୍ର ହୋଇପାରିଛି। ଏଭଳି ପରିସ୍ଥିତିରେ, ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ, ପ୍ରଥମ ଦିନରେ ବକ୍ସ ଅଫିସରେ ‘ଗଦର ୨’ ୩୦ କୋଟିରୁ ୩୫ କୋଟି ରୋଜଗାର କରିପାରେ।

Share