ସନ୍ନି ଅମିଶାଙ୍କ ସହ ଖୁବଶୀଘ୍ର ରିଲିଜ୍ ହେବ ‘ଗଦର’ର ସିକ୍ୱିଏଲ

ମୁମ୍ବାଇ: ସନ୍ନି ଦେଓଲ ଓ ଅମିଶା ପଟେଲ ୨୦ ବର୍ଷ କରେ ପୁଣିଥରେ ଗଦର: ଏକ ପ୍ରେମ କଥାର ସିକ୍ୱିଏଲ ନେଇ ବଡ ପରଦାକୁ ଖୁବଶୀଘ୍ର ଫେରୁଛନ୍ତି । ୨୦୦୧ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ସବୁଠାରୁ ଅଧିକ ଆୟ କରିଥିବା ବ୍ଲକ ବୁଷ୍ଟର ଫିଲ୍ମ ଭାବେ ଖୁବ୍ ନାଁ କରିଥିଲା । ଏହାର ନିର୍ଦ୍ଦେଶକ ଅନିଲ ଶର୍ମା ଓ ଜି ଷ୍ଟୁଡିଓ ପୁଣିଥରେ ଏକାଠି ଆସୁଛନ୍ତି । ଫିଲ୍ମରେ ଶର୍ମାଙ୍କ ପୁଅ ଅଭିନେତା ଉତ୍କର୍ଷ ଶର୍ମା ବି ଅଛନ୍ତି । ଯିଏ ଗଦର: ଏକ ପ୍ରେମ କଥାରେ ଦେଓଲ ଓ ପଟେଲଙ୍କ ଦ୍ୱାରା ଅଭିନୀତ ଚରିତ୍ରରେ ଶିଶୁ କଳାକାର ଭାବେ ନଜର ଆସିଥିଲେ । ଗଦରର ସିକ୍ୱିଏଲ ଖୁବଶୀଘ୍ର ରିଲିଜ୍ କରିବାକୁ ନିର୍ମାତା ଲକ୍ଷ ରଖିଥିବା ବେଳେ ଏହାର କାହାଣୀ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Share