ଏକ୍ସ ବୟଫ୍ରେଣ୍ଡଙ୍କୁ ଆଲିଙ୍ଗନ କଲେ ସାରା

ମୁମ୍ବାଇ: ସନ୍ନି ଦେଓଲଙ୍କ ଅଭିନୀତ ମୁଭି ‘ଗଦର ୨’ର ରୋଜଗାର ବନ୍ଦ ହେବାର କୌଣସି ସଙ୍କେତ ଦେଉନାହିଁ। ମୁଭି ପ୍ରତିଦିନ ବକ୍ସ ଅଫିସରେ ନୂଆ ରେକର୍ଡ ସ୍ଥାପନ କରୁଛି। ଏହି ବ୍ଲକବଷ୍ଟର ମୁଭି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୦୦ କୋଟିର ଏକ ବଡ଼ ବ୍ୟବସାୟ କରିଛି। ପ୍ରଶଂସକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟ ପର୍ଯ୍ୟନ୍ତ ସମସ୍ତେ ଏହି ଫିଲ୍ମକୁ ପ୍ରଶଂସା କରୁଛନ୍ତି। ଅନ୍ୟପକ୍ଷରେ ଶନିବାର ରାତିରେ ମୁମ୍ବାଇରେ ଫିଲ୍ମର ସକସେସ ପାର୍ଟିର ଆୟୋଜନ କରାଯାଇଥିଲା, ଯେଉଁଠାରେ ଫିଲ୍ମର ସମସ୍ତ ଟିମ ସହିତ ବଲିଉଡର ସମସ୍ତ ବଡ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ।
ଏହି ଉତ୍ସବର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପାର୍ଟିର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଠାରେ ସାରା ଅଲି ଖାନ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଭିଡିଓରୁ ଜଣାପଡିଛି ଯେ ପାର୍ଟି ଛାଡିବା ସମୟରେ ସାରା ଏବଂ କାର୍ତ୍ତିକ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହି ସମୟ ମଧ୍ୟରେ କାର୍ତ୍ତିକଙ୍କ ସହ କ୍ରିତି ସାନନ ମଧ୍ୟ ଉପସ୍ଥିତ ଥିଲେ। ସାରା ମଧ୍ୟ କ୍ରିତିକୁ ଆଲିଙ୍ଗନ କରି ବିଦାୟ ନେଲେ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ରୁମର୍ଡ ଏକ୍ସ କପଲଙ୍କୁ ଏକାଠି ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓରେ ବିଭିନ୍ନ ପ୍ରକାରର କମେଣ୍ଟସ ଆସିଛି। ଏହି ଏକ୍ସ କପଲଙ୍କୁ ଏକାଠି ଦେଖି କିଛି ଖୁସି ଥିବାବେଳେ ଅନେକ ଲୋକ ଅଛନ୍ତି ଯେଉଁମାନେ ଉଭୟଙ୍କୁ ଦେଖି ମଜା ନେଇଛନ୍ତି। ସୂଚନାଯୋଗ୍ୟ, ‘ଲଭ ଆଜ କାଲ’ର ସୁଟିଂ ସମୟରେ ସାରା ଏବଂ କାର୍ତ୍ତିକଙ୍କ ରିଲେସନଶିପ ବିଷୟରେ ଖବର ଆସିଥିଲା। କିନ୍ତୁ କିଛି ଦିନ ପରେ କୁହାଯାଇଥିଲା ଯେ ଉଭୟଙ୍କ ବ୍ରେକଅପ ହୋଇଛି ଏବଂ ଇନଷ୍ଟାଗ୍ରାମରେ ଉଭୟ ପରସ୍ପରକୁ ଅନଫଲୋ କରିଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲାଗୁଛି ଯେ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ଅଛି।

Share