ରକ୍ଷାବନ୍ଧନରେ ‘ଗଦର ୨’ ନିର୍ମାତାଙ୍କ ସ୍ବତନ୍ତ୍ର ଅଫର: ୨ ଟିକେଟ କିଣିଲେ ୨ ମାଗଣା

ବମ୍ବେ: ବ୍ୟବସାୟରେ ଲଗାତାର ଭାବେ ନୂଆ କୀର୍ତ୍ତିମାନ ରଚୁଛି ଅଭିନେତା ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର ୨’। ଦର୍ଶକଙ୍କୁ ପସନ୍ଦ ଆସୁଥିବାରୁ ଏହା ରିଲିଜପରଠାରୁ ଓ୍ବାର, ଦଙ୍ଗଲ ଭଳି ଅନେକ ସୁପରହିଟ୍‌ ଫିଲ୍ମକୁ ପଛରେ ପକାଇଛି। ଏବେ ଏହାର ରୋଜଗାରକୁ ଆହୁରି ବଢ଼ାଇବାକୁ ନିର୍ମାତାମାନେ ନୂଆ କୌଶଳ ଆପଣାଇଛନ୍ତି। ବୁଧବାର ରାଖୀ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ପ୍ରଶଂସକମାନଙ୍କ ପାଇଁ ସ୍ବତନ୍ତ୍ର ଅଫର ରଖାଯାଇଛି।

ରକ୍ଷାବନ୍ଧନ ଦିନ ୨ ଟିକେଟ୍‌ ବୁକ୍‌ କଲେ ଆଉ ୨ ଟିକେଟ ମାଗଣା ମିଳିବ। ଏଥିଲାଗି ଦର୍ଶକଙ୍କୁ ଏକ କୋଡ ବ୍ୟବହାର କରିବକୁ ହେବ। ଏହି ଅଫର ନେଇ ସନ୍ନି ଇନଷ୍ଟାଗ୍ରାମରେ ପୋଷ୍ଟ କରି ଶେୟାର କରିଛନ୍ତି। ସେପ୍ଟେମ୍ବର ୩ ଯାଏ ଏହାର ଲାଭ ଉଠାଇ ହେବ ବୋଲି ପୋଷ୍ଟରେ କୁହାଯାଇଛି।

Share