ଏହି ଦିନ ଓଟିଟିରେ ରିଲିଜ୍‌ ହେବ ‘ଗଦର ୨’

ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ବକ୍ସ ଅଫିସ୍‌ରେ ସୁପର୍‌ହିଟ୍‌ ସାବ୍ୟସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମ ପ୍ରେକ୍ଷାଳୟରେ ରାଜ୍‌ କରୁଛି। କିଛି ପ୍ରଶଂସକ ଅଛନ୍ତି ଯେଉଁମାନେ ଓଟିଟି ପ୍ଲାଟଫର୍ମରେ ଏହି ଫିଲ୍ମର ମୁକ୍ତିଲାଭକୁ ଅପେକ୍ଷା କରିଛନ୍ତି। ଖୁବ୍‌ଶୀଘ୍ର ପ୍ରଶଂସକଙ୍କ ଅପେକ୍ଷା ଅନ୍ତ ହେବାକୁ ଯାଉଛି। ଜି୫ ଓଟିଟି ପ୍ଲାଟଫର୍ମରେ ‘ଗଦର ୨’ ରିଲିଜ ହେବ। ଓଟିଟି ପ୍ରିମିୟର୍‌ ୬ ଅକ୍ଟୋବରରେ ଜି୫ରେ ହେବ। ଯଦିଓ ନାଟ୍ୟ ରିଲିଜ ହେବାର ଚାରି ସପ୍ତାହ ପରେ କୌଣସି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରେ। କିନ୍ତୁ ବକ୍ସ ଅଫିସରେ ‘ଗଦର ୨’ର ସଫଳତା ଯୋଗୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାକୁ ସମୟ ନେଇଛି। ଗଦର ୨ ୩୮ ଦିନ ମଧ୍ୟରେ ମୋଟ ୫୨୦.୬୦ କୋଟି ଟଙ୍କା ରୋଜଗାର କରିଛି।

Share