ରେକର୍ଡ ଭାଙ୍ଗୁଛି ‘ଗଦର-୨’, ବକ୍ସ ଅଫିସରେ କଲାଣି ୫୦୦ କୋଟି ରୋଜଗାର

ମୁମ୍ବାଇ: ଅଭିନେତା ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର-୨’ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ରେକର୍ଡ କରୁଛି। ତାରା ସିଂଙ୍କୁ ସାରା ଦୁନିଆ ପସନ୍ଦ କରୁଛି, ଯେଉ କାରଣରୁ ସବୁଆଡେ ଚର୍ଚ୍ଚା କରାଯାଉଛି। ତାର ସିଂ ଏବଂ ସକିନାଙ୍କ କାହାଣୀ ସାରା ବିଶ୍ୱରେ କୋଟି କୋଟି ଟଙ୍କା ବ୍ୟବସାୟ କରିଛି। ‘ଗଦର-୨’ର ବିଶ୍ୱବ୍ୟାପୀ ସଂଗ୍ରହ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ୫୦୦କୋଟି କ୍ଲବରେ ଯୋଗ ଦେଇଛି।ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ, ‘ଗଦର-୨’ ବିଶ୍ୱରେ ୫୦୦ କୋଟି ଅତିକ୍ରମ କରିଛି। ଏହି ଫିଲ୍ମ ୫୨୫.୧୪ କୋଟିର ବ୍ୟବସାୟ କରିଛ। ଏହି ସଂଗ୍ରହ ଶୀଘ୍ର ୬୦୦କୋଟି ମଧ୍ୟ ହୋଇପାରେ।

 

Share