Posted inଜାତୀୟ

ଗଡକରୀଙ୍କ ବଡ଼ ସୂଚନା, ଏଣେତେଣେ ପାନଛେପ ପକାଇଲେ ଖବରକାଗଜରେ ବାହାରିବ…

ନୂଆଦିଲ୍ଲୀ,୨।୧୦: ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ ଅବସରରେ ସାରା ଦେଶରେ ସ୍ବଚ୍ଛତା ଅଭିଯାନ କରାଯାଉଛି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଆଜି ନାଗପୁର ମୁନସିପାଲଟି କର୍ପୋରେସନର ସ୍ବଚ୍ଛ ଭାରତ ଅଭିଆନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ସେଠାରେ ସେ ଗାନ୍ଧୀଙ୍କ ଆଦର୍ଶ ନେଇ ବାର୍ତ୍ତା ଦେଇଥିଲେ। ତେବେ ସଭାକୁ ସମ୍ବୋଧନ କରି ସେ କହିଛନ୍ତି, ଯେଉଁମାନେ ପାନ ମସାଲା ଏବଂ ଗୁଟଖା ଖାଉଛନ୍ତି ଏବଂ ରାସ୍ତାରେ ଛେପ ପକାଉଛନ୍ତି ସେମାନଙ୍କ ଫଟୋ ଉଠାଇ ଖବରକାଗଜରେ ପ୍ରକାଶ କରାଯିବା ଉଚିତ।

ସେ ଆହୁରି କହିଛନ୍ତି, ଆମ ଦେଶର ଲୋକମାନେ ବହୁତ ଚତୁର ଅଟନ୍ତି। ଚକୋଲେଟ ଖାଇ ରାପରକୁ ରାସ୍ତାରେ ଫିଙ୍ଗି ଦିଅନ୍ତି। ଯେତେବେଳେ ସେହି ବ୍ୟକ୍ତି ବିଦେଶ ଯାଆନ୍ତି, ସେତେବେଳେ ସେ ନିଜ ପକେଟରେ ଚକୋଲେଟ ରାପର ରଖନ୍ତି ଏବଂ ସେଠାରେ ଭଲ ଆଚରଣ ପ୍ରଦର୍ଶନ କରନ୍ତି। କିନ୍ତୁ ଏଠାରେ ସେ ରାସ୍ତାରେ ଅଳିଆ ଫିଙ୍ଗନ୍ତି। ତେବେ ଲୋକଙ୍କୁ ମନାଇବା ପାଇଁ ଗଡକରୀ ନିଜର ଏକ ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, ମୁଁ ମଧ୍ୟ ଆଜିକାଲି ଚକୋଲେଟ ଖାଉଛି, କିନ୍ତୁ ଘରକୁ ଯିବା ପରେ ଚକୋଲେଟ ରାପରକୁ ଫିଙ୍ଗିଦିଏ। ଏହାପୂର୍ବରୁ ଚକୋଲେଟ୍‌ ଖାଇ ମୋର କାରରେ ରାପର ଫିଙ୍ଗିବାର ଅଭ୍ୟାସ ରହିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କଲେ ପ୍ରଶାନ୍ତ କିଶୋର, ବଦଳିପାରେ ବିହାର ରାଜନୈତିକ ଦୃଶ୍ୟପଟ

ନୂଆଦିଲ୍ଲୀ,୨।୧୦: ପୂର୍ବତନ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆନୁଷ୍ଠାନିକ ଭାବେ ରାଜନୀତିରେ ପ୍ରବେଶ କରିଛନ୍ତି। ଦୀର୍ଘ ଦିନର ବିଚାର ବିମର୍ଷ ପରେ ବୁଧବାର ତାଙ୍କ ‘ଜନ...

ନିର୍ବାଚନୀ ପ୍ରଚାରବେଳେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଏମିତି ଉପହାର, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଚଣ୍ଡିଗଡ,୨।୧୦: ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ତାଙ୍କ କାର୍ଯ୍ୟକର୍ତ୍ତାମାନେ ଏକ ଉପହାର ଦେଇଛନ୍ତି। ଏହା ସହ ଜଡିତ ଏକ ଭିଡିଓ...

ପାଣିକୁ ଖସିଲା ବାୟୁସେନା ହେଲିକପ୍ଟର, ଆଉ ତା’ ପରେ…

ପାଟ୍‌ନା,୨ା୧୦: ବିହାରର ମୁଜାଫରପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାୟୁସେନାର ଏକ ହେଲିକପ୍ଟର ପାଣିକୁ ଖସିପଡ଼ିଛି। କୁହାଯାଉଛି, ଏହି ହେଲିକପ୍ଟରଟି ବନ୍ୟା ରିଲିଫ୍‌ ସାମଗ୍ରୀ ନେଇ...

ହୋଇଗଲା ଫାଇନାଲ! ଏଠି ରହିବେ ପୂର୍ବତନ ସିଏମ କେଜରିଓ୍ବାଲ

ନୂଆଦିଲ୍ଲୀ,୨।୧୦: ଅରବିନ୍ଦ କେଜରିୱାଲ ନିଜ ବାସଭବନ ପରିବର୍ତ୍ତନ କରିଛନ୍ତି। କେଜରିଓ୍ବାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଖାଲି କରିବାକୁ...

ମା’ଙ୍କୁ ମାରି ଖଣ୍ଡ ଖଣ୍ଡ କରି ଖାଇଦେଇଥିଲେ ପୁଅ: ଫାଶୀଦଣ୍ଡ ହାଇକୋର୍ଟରେ କାଏମ

ମୁମ୍ବାଇ, ୨।୧୦:୨୦୧୭ ଅକ୍ଟୋବର ୨୮ରେ ମହାରାଷ୍ଟ୍ରର କୋହ୍ଲାପୁରସ୍ଥିତ ମାକଡ୍‌ଓ୍ବାଲା ବସାହାତ ଅଞ୍ଚଳରେ ମଦ ପିଇବା ପାଇଁ ଟଙ୍କା ନ ଦେବାରୁ ସୁନୀଲ କୁଚ୍‌କରୋଭି ନାମକ ଜଣେ...

ଏଲ୍‌ଏସିରେ ଅସ୍ବାଭାବିକ ସ୍ଥିତି: ମାନିଲେ ସେନାମୁଖ୍ୟ

ନୂଆଦିଲ୍ଲୀ,୨ା୧୦(ପି.ଟି.)”ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ସ୍ଥିତି ସ୍ଥିର ରହିଥିଲେ ମଧ୍ୟ ସ୍ବାଭାବିକ ନ ଥବା ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଙ୍ଗଳବାର କହିଛନ୍ତି।...

ସ୍ମାର୍ଟଫୋନ୍‌ ନେବା ପରେ ଡେଲିଭରି ଏଜେଣ୍ଟଙ୍କୁ ହତ୍ୟାକଲେ ଗ୍ରାହକ: ଜାଣନ୍ତୁ କାହିଁକି

ଲକ୍ଷ୍ନୌ,୨ା୧୦:ଉତ୍ତରପ୍ରଦେଶର ଲକ୍ଷ୍ନୌରେ ରହୁଥିବା ଜଣେ ବ୍ୟକ୍ତି ଅନ୍‌ଲାଇନରେ ଫ୍ଲିପ୍‌କାର୍ଟରୁ ୨ଟି ସ୍ମାର୍ଟଫୋନ୍‌ ମଗାଇଥିଲେ। ଡେଲିଭରି ସମୟରେ ଦାମ୍‌ ପୈଠ କରିବାକୁ ସେ ସର୍ତ୍ତ ରଖିଥିଲେ। ଡେଲିଭରି...

ସ୍କୁଲ ଫି’ ଦେଇ ନ ଥିବା ପିଲାଙ୍କୁ ଖରାରେ ବସାଇଲେ ପ୍ରିନ୍ସିପାଲ

ଲକ୍ଷ୍ନୌ,୨ା୧୦:ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲା ଅନ୍ତର୍ଗତ ଶ୍ୟାମରାଜି ହାଇସ୍କୁଲର ୫୦ରୁ ଊର୍ଦ୍ଧ୍ୱ ପିଲା ଫି’ ପୈଠ କରି ନ ଥିବାରୁ ସ୍କୁଲ୍‌ ପ୍ରିନ୍ସିପାଲ ସେମାନଙ୍କୁ ଗେଟ୍‌ ବାହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri