Categories: ଜାତୀୟ

ମୋଦି-ଶାହାଙ୍କ ସହ ଭଲ ନ ଥିଲା ଗଡକରୀଙ୍କ ସମ୍ପର୍କ! ଦେଖା ହେବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରାଉଥିଲେ…କହିଦେଲେ ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ଖୋଲାଖେଶଲି କହିଛନ୍ତି କି, ଯେତେବେଳେ ସେ ଦଳର ସଭାପତି ଥିଲେ ସେତେବେଳେ ସେ ଅମିତ ଶାହାଙ୍କୁ ବହୁତ ଅପେକ୍ଷା କରାଉ ଥିଲେ। ତେବେ ସେ ଏପରି କାହିଁକି କରାଉଥିଲେ ଆସନ୍ତୁ ଜାଣିବା…

ତେବେ ଏ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରି ନୀତିନ କହିଛନ୍ତି, ଯେତେବେଳେ ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ, ସେତେବେଳେ ସେ ଅମିତ ଶାହାଙ୍କୁ ବହୁତ ଅପେକ୍ଷା କରାଉଥିଲେ। ଆଉ ମୋଦିଜୀ ହିଁ ଏକମାତ୍ର ମୁଖ୍ୟମନ୍ତ୍ରୀ ଥିଲେ ଯିଏକି ଗଡକରୀ ଦଳର ରାଷ୍ଟ୍ରୀୟ ସଭାପତି ହେବା ସମୟରେ ଆସି ନ ଥିଲେ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ନେଇ ଗଡକରୀ କହିଛନ୍ତି ଯେ, ଶହଶହ ଲୋକ ମୋ ଅଫିସକୁ ଆସୁଥିଲେ। ମୋତେ ସେମାନଙ୍କୁ ଅଧିକ ସମୟ ଦେବାକୁ ପଡୁଥିଲା। କମ୍‌ କାମ ଥିବା ଲୋକଙ୍କୁ ଅଧିକ ସମୟ ଦେବାକୁ ପଡୁ ନ ଥିଲା, ତେଣୁ ସେମାନଙ୍କ କାମ ଶୀଘ୍ର କରି ଦେଉଥିଲୁ। କିନ୍ତୁ ବଡ଼ ବଡ ଲୋକଙ୍କୁ ଅଧିକ ସମୟ ଦେବାକୁ ପଡୁଥିଲା, ତେଣୁ ସେମାନଙ୍କ ପାଇଁ ଆରାମରେ ସମୟ ବାହାର କରୁଥିଲି। ତେଣୁ ସେମାନଙ୍କୁ ଅଧିକ ଅପେକ୍ଷା କରାଉଥିଲି। କିନ୍ତୁ ମୋର ଉଦ୍ଦେଶ୍ୟ ଖରାପ ନୁହେଁ।

Share