ରାତାରାତି ମିଳିଛି ଫେମ୍‌: ‘ତେଲଗି’ ଚରିତ୍ର ପାଇଁ ୧୯ କିଲୋ ଓଜନ ବଢ଼ାଇଥିବା କହିଲେ ଗଗନ

ବମ୍ବେ: ‘ସ୍କାମ୍‌ ୨୦୨୩’ରେ ଦମ୍‌ଦାର ଅଭିନୟକୁ ନେଇ ରାତାରାତି ଖ୍ୟାତି ଅର୍ଜନ କରିଛନ୍ତି ଅଭିନେତା ଗଗନ ଦେବ ରିଆର୍‌। ଚାରିଆଡେ ତାଙ୍କ ‘ତେଲିଗି’ ଚରିତ୍ରକୁ ନେଇ ଚର୍ଚ୍ଚା। ସୋସିଆଲ ମିଡିଆରେ ଭଳିକି ଭଳି ମେମେ ଭାଇରାଲ ହେଉଛି। ଅଭିନେତା ଭାବେ ନିଜର ଏହି ଉପଲବ୍ଧିକୁ ନେଇ ଗଗନଙ୍କ ଖୁସି ମଧ୍ୟ କହିଲେ ନ ସରେ।

ଅଭିନୟରେ ବେଶ ସହଜ ଲାଗୁଥିଲେ ହେଁ ଚରିତ୍ର ଲାଗି କଠିନ ପରିଶ୍ରମ କରିଛନ୍ତି ଗଗନ। ବିଶେଷକରି ତାଙ୍କୁ ଏଥିପାଇଁ ବଢ଼ାଇବାକୁ ପଡ଼ିଛି ଓଜନ। ଚରିତ୍ରର ଆବଶ୍ୟକତାକୁ ଦେଖି ସେ ୧୮ରୁ ୧୯ କେଜି ଓଜନ ବଢ଼ାଇଥିଲେ। ଏହାକୁ ପରେ ଦୁଇ ବର୍ଷ ଧରି ନିୟନ୍ତ୍ରଣରେ ରଖିବା ସହଜ ନ ଥିଲା। ଅଭିନେତା ନ୍ୟୁଟ୍ରଶିଆନ ମାନଙ୍କ ସହାୟତା ନେଇଥିଲେ। ତାଙ୍କ କହିବା ମୁତାବକ ରାତ୍ରିଭୋଜନ ପରେ ଚାରି ରସଗୋଲା ଏବଂ ଆଇସକ୍ରିମ ଆଦି ଖାଉଥିଲେ। ଏବେ ଆଶା କରି ନ ଥିବା ପ୍ରଶଂସା ଏବେ ତାଙ୍କୁ ମିଳୁଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।

ସ୍କାମ ୨୦୦୩ ସେପ୍ଟେମ୍ବର ପହିଲାରେ ସୋନି ଲିଭ୍‌ରେ ରିଲିଜ ହୋଇଛି। ଏବେ ଏହାର ୫ ଏପିସୋଡ ଷ୍ଟ୍ରିମ୍‌ ହୋଇଛି। ବାକି ଏପିସୋଡ ନଭେମ୍ବରରେ ରିଲିଜ ହେବ।

Share