ବରିଷ୍ଠ ନେତୃବୃନ୍ଦଙ୍କ ବିନା ଗଗନଙ୍କ ଶକ୍ତି ପ୍ରଦର୍ଶନ

କଟକ, ୯ା୨(ଶିଳ୍ପା ପ୍ରିୟଦର୍ଶିନୀ):ସାଧାରଣ ନିର୍ବାଚନ ଲାଗି ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ଭାଜପାର ଆଶାୟୀଙ୍କ ନାମ ସାମ୍ନାକୁ ଆସି ନ ଥିବାବେଳେ କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ୨୬ନଂ. ଓ୍ବାର୍ଡର କର୍ପୋରେଟର ତଥା ଭାଜପା ଯୁବମୋର୍ଚ୍ଚା ସମ୍ପାଦକ ଗଗନ ଓଝା ଗୁରୁବାର ଜନସମ୍ପର୍କ ପଦଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ପଦଯାତ୍ରା ଝୋଲାସାହିସ୍ଥିତ ଏକ ବ୍ୟାଙ୍କ ନିକଟରୁ ବାହାରି ନିମସାହି, ସେମିନାରୀ ଛକ, ହାତୀପୋଖରୀ, ଦରଘାବଜାର, ଗୌରୀଶଙ୍କର ପାର୍କ, ନନ୍ଦୀସାହି, ଚୌଧୁରୀ ବଜାର ପରିକ୍ରମା କରି କାଠଗଡ଼ା ସାହିଠାରେ ପହଞ୍ଚିଥିଲା। ଏ ସମ୍ପର୍କରେ ଗଗନ କହିଛନ୍ତି, କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ କେନ୍ଦ୍ର ସରକାର ଦେଉଥିବା ଅନୁଦାନ କିପରି ହିତାଧିକାରୀଙ୍କ ପାଖରେ ପହଞ୍ଚିବ ସେ ନେଇ ଏହି ପଦଯାତ୍ରା କରାଯାଇଛି। କଟକର ଅନେକ ସାହି କମିଟିର ମୁରବି ଏବଂ କ୍ଲବ ସଦସ୍ୟ ଗଗନଙ୍କୁ ସମ୍ମାନିତ କରିଥିବା ଦେଖିବାକୁ ମିଳିଛି।
ଅପରପକ୍ଷରେ ଏହି ପଦଯାତ୍ରାରେ ଦଳୀୟ ବ୍ୟାନର ଓ ପତାକା କର୍ମୀମାନେ ଧରିଥିବାବେଳେ ନେତୃବୃନ୍ଦଙ୍କୁ ଦେଖିବାକୁ ମିଳି ନ ଥିଲା। କିଛି ମାସ ବ୍ୟବଧାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କର୍ପୋରେଟର ଗଗନଙ୍କ ବାସଭବନରେ ପହଞ୍ଚି କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ଗଗନ ଦଳୀୟ ଟିକେଟ ପାଇଁ ଆଶାୟୀଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହି ପଦଯାତ୍ରାରେ ସାମିଲ ହୋଇଥିବା ଭାଜପାର ପୂର୍ବତନ କଟକ ନଗର ଜିଲା ସଭାପତି ଲକ୍ଷ୍ମୀଧର ପ୍ରଧାନ କହିଛନ୍ତି, ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ବାରବାଟୀ-କଟକ ନିର୍ବାଚନମଣ୍ଡଳୀରୁ ବିଧାୟକ ଟିକେଟ ପାଇଁ ଗଗନ ଆଶାୟୀ। ଏଥିରେ ମୋର ସମର୍ଥନ ରହିଛି। ସମସ୍ତ ନେତୃବୃନ୍ଦ ସମର୍ଥନ କଲେ ଗଗନଙ୍କୁ ଟିକେଟ୍‌ ମିଳିବ ବୋଲି ସେ କହିଛନ୍ତି। ଏହି ପଦଯାତ୍ରାରେ କର୍ପୋରେଟର ଗୋପାଳ ବେହେରା, ଲକ୍ଷ୍ମୀଧର ବେହେରା, ରାକେଶ ସ୍ବାଇଁ, କଟକ ଜିଲା ଯୁବମୋର୍ଚ୍ଚା ସଭାପତି ନଳିନୀ ରାୟ, ପୂର୍ବତନ ଯୁବ ମୋର୍ଚ୍ଚା ନଗର ଜିଲା ସଭାପତି ସତ୍ୟ ମିଶ୍ର, ରୀତା ମହାପାତ୍ର, ଅମ୍ବିକା ଦାସ, ସବିତା ବେହେରା, ହେମନ୍ତ ସେଠୀ, ସୁଚିତ୍ରା ସେନାପତି, ମନୋଜ ମହାରଣା ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri