Categories: ଜାତୀୟ

ଉତ୍‌କ୍ଷେପଣର ୫ ସେକେଣ୍ଡ ପୂର୍ବରୁ ଅଟକିଲା ଗଗନୟାନ

ନୂଆଦିଲ୍ଲୀ,୨୧।୧୦ଷ: ଇସ୍ରୋ ମିଶନ ଗଗନୟାନର ପ୍ରଥମ ପରୀକ୍ଷଣ ଉଡାଣକୁ ରୋକି ଦିଆଯାଇଛି। ଗଣମାଧ୍ୟମକୁ ସମ୍ବୋଧିତ କରିବାବେଳେ ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି, କ’ଣ ଭୁଲ ହୋଇଛି ଆମେ ଜାଣିବାକୁ ଚେଷ୍ଟା କରୁଛୁ। ଏହି ମିଶନ ଶନିବାର (୨୧ ଅକ୍ଟୋବର) ସକାଳ ୮ଟାରେ ଲଞ୍ଚ ହେବାର ଥିଲା।

ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଛନ୍ତି, ପୂର୍ବରୁ ଏହି ମିଶନ ସକାଳ ୮ଟାରେ ଲଞ୍ଚ ହେବାର ଥିଲା। ହେଲେ କିଛି ବୈଷୟିକ କାରଣରୁ ଏହାକୁ ସ୍ଥଗିତ ରଖିବାକୁ ପଡିଛି। ଲଞ୍ଚ ଭେହିକିଲ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। କେବେ ପରୀକ୍ଷଣ ହେବ ସେନେଇ ଖୁବ୍‌ଶୀଘ୍ର ତାରିଖ ଘୋଷଣା ହେବ ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି।

Share